ଭୁବନେଶ୍ୱର : ରାଜ୍ଯର ମହିଳାମାନଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ନିମନ୍ତେ ‘ସୁଭଦ୍ରା’ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଆଜିର କ୍ଯାବିନେଟ ବୈଠକରେ ‘ସୁଭଦ୍ରା’ ଯୋଜନା ନିୟମାବଳୀରେ ସଂଶୋଧନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ମୋଟ ୧ କୋଟି ୨ ଲକ୍ଷ ଆବେଦନକାରୀ ନାମ ପଞ୍ଜୀକରଣ କରିଛନ୍ତି ଏବଂ ମୋଟ ୬୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଯୋଜନାରୁ ବାଦ୍ ପଡ଼ିଥିବା ପାଖାପାଖି ୨ ଲକ୍ଷ ୬୭ ହଜାର ଆବେଦନର ପୁନଃ ବିଚାର କରାଯିବ।
ଲୋକଙ୍କ ସରକାର ମା’ ମାନଙ୍କ ଉନ୍ନତି ଏବଂ ଆର୍ଥିକ ସ୍ଥିତିକୁ ମଜଭୁତ କରିବା ନିମନ୍ତେ ପ୍ରତିବଦ୍ଧ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ସହିତ ଆର୍ଥିକ ସହାୟତା ପ୍ରଦାନକୁ ସୁନିଶ୍ଚିତ କରିବା ନିମନ୍ତେ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି |
Sign in
Sign in
Recover your password.
A password will be e-mailed to you.