ପାରଳାଖେମୁଣ୍ଡି / ବାଳାକୃଷ୍ଣ ପାଣିଗ୍ରାହୀ : ନିକଟରେ ଓଡିଶା ସିଭିଲ ସର୍ଭିସ୍-୨୦୨୪ର ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ଗଜପତି ଜିଲ୍ଲାରେ ସର୍ବେମାଟ ୮ ଜଣ ପରୀକ୍ଷାର୍ଥୀ ସଫଳତା ହାସଲ କରିଛନ୍ତି। ତନ୍ମଧ୍ୟରୁ ୨ ଜଣ ମହିଳା ଅନ୍ତର୍ଭୁକ୍ତ। ସେଥିମଧ୍ୟରୁ ଗଜପତି ଜିଲ୍ଲା ପ୍ରଶାସନ ଅଧିନରେ କାର୍ଯ୍ୟ କରୁଥିବା ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଆଦ୍ୟାଶା ରାଉତ ୯୯ତମ ସ୍ଥାନ ରଖିଛନ୍ତି। ସେହିଭଳି ଏହି ମାଟିର ଆଉଜଣେ ମେଧାବୀ ରାୟଗଡ ବ୍କକର ଜିରାଙ୍ଗର ଦେବବ୍ରତ ଗୌଡ ୭ମ ସ୍ଥାନ ହାସଲ କରିଛନ୍ତି। ସେହିପରି ପାରଳାଖେମୁଣ୍ଡିର ଭୋଦାଲୁ ରାଣୀ ୩୩୬ତମ ସ୍ଥାନ , ଗୋଷାଣୀ ବ୍ଲକର ବାଘଶଳା ଗ୍ରାମର ସିଂଘିପୁରମ୍ ହରି ୪୨୧ତମ ସ୍ଥାନ , ଆର୍ ଉଦୟଗିରି ବ୍ଲକର ଛେଲାଗଡ ପଞ୍ଚାୟତର ଗଡର ଗ୍ରାମର କଳିଙ୍ଗ କୁମାର ପୂଝାରୀ ୫୪୮ତମ ସ୍ଥାନ , ରାୟଗଡ ବ୍ଲକର ଲାଇଲାଇ ପଞ୍ଚାୟତର ରେଗମ୍ ଗ୍ରାମର ଜହନ୍ ବଡଭୂୟାଂ ୫୬୧ ତମ ସ୍ଥାନ , ଗୁମ୍ମା ବ୍ଲକର ତୁମୁଲ ପଞ୍ଚାୟତର ସୋମନାଥ ଶବର ୫୬୯ ତମ ସ୍ଥାନ , ରାୟଗଡ ବ୍ଲକର ଡମ୍ୱାଳ ପଞ୍ଚାୟତର ଉକାରସିଂ ଗ୍ରାମର ସମୀ ରଂଜନ ଭୂୟାଂ ୬୨୬ ତମ ସ୍ଥାନ ହାସଲ କରିଛନ୍ତି। ଏହି ବିରଳ ସଫଳତାରେ ଜିଲ୍ଲାର ଚାରିଆଡ଼େ ଶୁଭେଚ୍ଛାର ସୁଅ ଛୁଟୁଛି।
Sign in
Sign in
Recover your password.
A password will be e-mailed to you.