ଭୁବନେଶ୍ୱର, ତା-୨୩/୧୦/୨୦୨୪: କଟକ ଜିଳ୍ଲା ପ୍ରତାପନଗରୀ ସ୍ଥିତଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ(ଓ୍ୱାଲମୀ) ତରଫରୁ ଜଳମିତ୍ରମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଭିନ୍ନ ଜିଲ୍ଲାରେ ଆୟୋଜନ କରାଯାଉଛି । ଓ୍ୱାଲମୀର ନିର୍ଦ୍ଦେଶକ ଇଂ ରାଜକିଶୋର ବିଶ୍ୱାଳଙ୍କ ତତ୍ୱାବଧାନରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲୁରହିଛି ।ଏହି ପରିପ୍ରେକ୍ଷୀରେ ଆଜି ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଲକର ୩୪ ଜଣ ଜଳମିତ୍ରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନକରାଯାଇଛି ।ମୟୂରଭଞ୍ଜ ଜିଲ୍ଲାରେ ୨୦୦୦ ରୁ ଊର୍ଦ୍ଧ୍ୱ ଜଳମିତ୍ରମାନଙ୍କ ପାଇଁ ପ୍ରଶିକ୍ଷଣ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଆୟୋଜନ କରିବା ପାଇଁ ୱାଲମୀ ତରଫରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ୱାଲମୀ ଦ୍ୱାରା ଜଳମିତ୍ରମାନଙ୍କ ପାଇଁ ଦୁଇ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଗତ ସୋମବାର ଦିନ ମୟୂରଭଞ୍ଜ ଜିଲ୍ଲାର ବଡସାହି ଓ ରରୁଆଁ ବ୍ଲକର ପଞ୍ଚାୟତ ସମିତି ସଭାଗୃହଠାରେ ଆୟୋଜନ କରାଯାଇଥିଲା।ରରୁଆଁବ୍ଲକର ବିଡିଓ ଶ୍ରୀ ପ୍ରେମାନନ୍ଦ ବେହେରା ଏବଂ ବଡସାହି ବ୍ଲକର ବିଡିଓ ଶ୍ରୀମତୀ ବନଜା ଦାସପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସେମାନଙ୍କୁ ଉତ୍ସାହିତ କରିଥିଲେ ।
ୱାଲମୀର ପ୍ରାଧ୍ୟାପକ (ଯାନ୍ତ୍ରିକ)ମନିଷା ମନସ୍ୱିନୀ ରାଉତ,ପ୍ରଧାନ ପ୍ରଶିକ୍ଷଣ ସଂଯୋଜକ ପ୍ରଫେସର ସୁଧନ୍ୱାପାତ୍ର, ସହଯୋଗୀ ପ୍ରାଧ୍ୟାପକ (ଯାନ୍ତ୍ରିକ)ଇଂ ଇତିଶ୍ରୀ ମିଶ୍ର, ,ଉପନିର୍ଦ୍ଦେଶିକାଇଂ ସୁପ୍ରିୟା ସାହୁ, ଶ୍ରୀମତୀ ରୋଜି ତ୍ରିପାଠୀ ଓ ଇଂ ମାନସ ସ୍ୱାଇଁ ଆଦି କର୍ମକର୍ତ୍ତାମାନେବିଭିନ୍ନ ଦାୟିତ୍ୱ ନିର୍ବାହ କରି ରାଜ୍ୟରେ ଜଳମିତ୍ରମାନଙ୍କ ପ୍ରଶିକ୍ଷଣଏବଂ ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପ ଅନ୍ତର୍ଗତ ଗ୍ରାମମାନଙ୍କରେ ବସବାସ କରୁଥିବା କୃଷକମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟର ସଂପାଦନାକରୁଛନ୍ତି ।
ସେହିପରି ଏହିପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ୱଲପୁର ଜିଲ୍ଲାର ଯୁଜୁମୋରା, ଜମନକିରା ଓ ମାନେଶ୍ୱର ବ୍ଲକର ପଞ୍ଚାୟତ ସମିତି ସଭାଗୃହ ଠାରେଆୟୋଜନ କରାଯାଉଅଛି ।
Sign in
Sign in
Recover your password.
A password will be e-mailed to you.