ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପୂର୍ବତନ ଛାତ୍ର ସମ୍ମିଳନୀ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ 

0

ପଦ୍ମପୁର/ନୀଳ ଦୀପ : ସ୍ଥାନୀୟ  ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ପଦ୍ମପୁରର ପୂର୍ବତନ ଛାତ୍ର ସମ୍ମିଳନୀ ଓ ବାର୍ଷିକ ଉତ୍ସବ ସ୍ଥାନୀୟ କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ  ଅନୁଷ୍ଠିତ ହୋଇଯାଇଛି ।ସକାଳ ପର୍ଯ୍ୟାୟରେ ପୂର୍ବତନ ଛାତ୍ରଛାତ୍ରୀ ବୃନ୍ଦ ଏକ ଶୋଭାଯାତ୍ରାରେ ପରିବେଶ ସୁରକ୍ଷା ଜୀବନ ରକ୍ଷା,ସଡକ ସୁରକ୍ଷା, ନିଶା ନିବାରଣ, ପ୍ଲାଷ୍ଟିକ ବର୍ଜନ, ସ୍ବେଚ୍ଛ ଭାରତ ମିଶନ ଆଦି ବିଭିନ୍ନ ଫ୍ଲାକାର୍ଡ ଧରି ବିଭିନ୍ନ ଶ୍ଳୋଗାନ ଦେଇ ଶିଶୁ ମନ୍ଦିରର ପରିସରରୁ ବାହାରି ଜନ ସଚେତନତା ପାଇଁ ନଗର ପରିକ୍ରମା କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ଶ୍ରୀଯୁକ୍ତ ଡ.ବାଂଛାନିଧି ପଣ୍ଡା (ବିଦ୍ୟା ଭାରତୀ ପୂର୍ବ କ୍ଷେତ୍ର ସଭାପତି)ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରି ଆଜିକାଲିର ଶିଶୁଙ୍କୁ ସଂସ୍କାର ଧର୍ମୀ ଚିନ୍ତାଧାରାରେ ଅନୁପ୍ରେରିତ କରିହେବ ସେଦିଗରେ ମାର୍ଗ ଦର୍ଶନ କରିଥିଲେ ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପ୍ରଧାନ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଡ.ବିପିନ ବିହାରୀ ନନ୍ଦ (ଶିଶୁ ମନ୍ଦିର ପରିଚାଳନା କମିଟିର ପ୍ରଥମ ସଂପାଦକ)ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉମେଶ ମେହେର, ଶିରିଶ ବହିଦାର(ଉଦ୍ୟୋକ୍ତା),ଗୋବିନ୍ଦ ଅଗ୍ରୱାଲ,ଆଶିଷ କୁମାର ମିଶ୍ର(ସଂପାଦକ),ଦ୍ବାଦଶ କୁମାର ପ୍ରଧାନ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶୀ ନୃତ୍ୟ, ସର୍ଗୀଫୁଲ,ମାଏଲା ଜଡ,ଚୁଟକୁ ଚୁଟା,ଡାଲଖାଇ, ଲୋକବାଦ୍ୟ ପ୍ରଦର୍ଶନ ଓ ନାଟକ ‘ରାଜନୀତି ‘ ପୂର୍ବତନ ଛାତ୍ରଛାତ୍ରୀଙ୍କ ଦ୍ବାରା ମଂଚସ୍ଥ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ୩୫୨ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.