ବିଜେପୁର :-ସୁଶାନ୍ତ ସାହୁ (ଶାସକ ପ୍ରଶାସକ )ଗତ ତାରିଖରେ ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଥିଲା। ଓଡ଼ିଶା ପ୍ରଶାସନିକ ସେବା କମିଶନ କଟକ ପକ୍ଷରୁ ପତ୍ର ସଂଖ୍ୟା୫୯୪୯ ତା ୧୯.୧୦.୨୦୨୪ରିଖରେ ପ୍ରକାଶିତ ନୋଟିସ ଅନୁସାରେ ତା ୨୫.୦୨.୨୦୨୪,ତା ୨୬.୦୨.୨୦୨୪,୨୮.୦୨.୨୦୨୪,ତା ୦୧.୦୩.୨୦୨୪ ଏବଂ ତା୦୩.୦୩.୨୦୨୪ରିଖରେ ଅନୁଷ୍ଠିତ ହୋଇଥିବା ଲିଖିତ ପରୀକ୍ଷା ସହ ପାର୍ସନାଣ୍ଟି ପରୀକ୍ଷ ତା ୧୦.୦୯.୨୦୨୪ ରିଖ ରୁ ତା୦୭.୧୦.୨୦୨୪ ରିଖରେ ଅନୁଷ୍ଠିତ ହୋଇଥିଲା।ତାର ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇ ସାରିଛି। ସମୁଦାୟ ୬୮୩ ଜଣ ଏଇ ଲିଷ୍ଟ ଅନୁସାରେ କୃତକାର୍ଯ୍ୟ ହୋଇ ଓଡ଼ିଶା ପ୍ରଶାସନିକ ସେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ, ବରଗଡ଼ ଜିଲ୍ଲା ବିଜେପୁର ସହରର ଶ୍ରୀ କ୍ଲିଣ୍ଟନ ସାହୁ ପ୍ରଥମ କରି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଦେଇ ୩୫ ନମ୍ବର ରେଙ୍କ ରେ ଉତ୍ତିର୍ଣ୍ଣ ହୋଇ ବିଜେପୁର ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏପରିପ୍ରେକ୍ଷୀରେ ଏଭଳି ମେଧାବୀ ପ୍ରତିଭାଙ୍କୁ ଉତ୍ସାହିତ କରିବା ପାଇଁ ବିଜେପୁର ତହସିଲଦାର ଶ୍ରୀଯୁକ୍ତ କର୍ଣ୍ଣ ସୁନା ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶ୍ରୀ କ୍ଲିଣ୍ଟନ ସାହୁଙ୍କୁ ସ୍ୱାଗତ କରିବା ସହ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନା ଦେବା ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ଭୋଇ,ନିଜାରତ ଅଫିସର ଆଲୋକ ମହାନନ୍ଦ,ହେଡକ୍ଲାର୍କ କଳ୍ପନା ବେହେରା, ବରିଷ୍ଠ ରାଜସ୍ୱ ସହାୟକ ସୁନନ୍ଦା ତାଣ୍ଡି, କନିଷ୍ଠ ରାଜସ୍ୱ ସହାୟକ ସୁସ୍ମିତା ଦୋରା, ଗୋକୁଳାନନ୍ଦ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.