ନବ ଭାରତ ନିର୍ମାଣ ସେବା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବାସ କରୁଥିବା ଜନ ସାଧାରଣଙ୍କୁ ସତର୍କ ରହିବାକୁ ଅନୁରୋଧ କଲେ

0 2

ରାୟଗଡ: ନବ ଭାରତ ନିର୍ମାଣ ସେବା ପାର୍ଟିର ରାୟଗଡ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆଗାମୀ ୨୩ ରୁ ୨୫ ତରଖରେ ଆସୁଥିବା ବାତ୍ୟା ପ୍ରଭାବିତ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ନବ ଭାରତ ନିର୍ମାଣ ସେବା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ବୋମାଲୀ କାନ୍ତା ରାଓ l ବାତ୍ୟା ଦାନାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ୧୦୫ କିଲୋମିଟର ବେଗରେ ପବନ ବୋହିବା ସହ ଭୀଷଣ ବର୍ଷା ହେବାର ସମ୍ଭାବନା କରିଛି ପାଣିପାଗ ବିଭାଗ l ଏଥି ଯୋଗୁଁ ବାତ୍ୟା ପ୍ରଭାବିତ ୧୪ ଜିଲ୍ଲାକୁ ସତର୍କ କରିଛନ୍ତି ରାଜ୍ୟ ସରକାର l ପ୍ରଭାବିତ ଅଞ୍ଚଳରେ ଥିବା ବିଦ୍ୟାଳୟ ଗୁଡିକୁ ୨୩ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବା ସହ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିବା ସହ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର l ଏଥିସହ ସମ୍ପୃକ୍ତ ଜିଲ୍ଲାର ଜିଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ବାତ୍ୟା ଖବରକୁ ତଦାରଖ କରି ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର l ପୁରୀ ଓ ସାଗର ଦ୍ବୀପ ମଧ୍ୟରେ ବାତ୍ୟା ଅବପାତ ହେବା ନେଇ ପୂର୍ବ ଅନୁମାନ କରିଛି ପାଣିପାଗ ବିଭାଗ l ଏହି ବାତ୍ୟାକୁ ଦୃଷ୍ଟିରେ ରଖି ନବ ଭାରତ ନିର୍ମାଣ ସେବା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ବୋମାଲୀ କାନ୍ତା ରାଓ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ବାତ୍ୟା ପୂର୍ବରୁ ଚାଲିଯିବା ସହ ନିଜ ଧନ ଜୀବନକୁ ରକ୍ଷା କରିବା ନେଇ ଅନୁରୋଧ କରିବା ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ବୋମାଲୀ କାନ୍ତା ରାଓ ବାତ୍ୟା ପ୍ରଭାବିତ ଜିଲ୍ଲାର ନିର୍ବାଚନ ମଣ୍ଡଳୀର ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉପସ୍ଥିତ ରହି ବାତ୍ୟାରେ ପ୍ରଭାବିତ ଲୋକ ଓ ସେମାନଙ୍କ ଧନ ଜୀବନ ଏବଂ ପଶୁ ସମ୍ପଦର ସୁରକ୍ଷା କରିବା ସହ ପ୍ରଭାବିତ ଲୋକଙ୍କ ନିକଟରେ ଉପସ୍ଥିତ ରହିବା ପାଇଁ ନିର୍ଦେଶ ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି l

Leave A Reply

Your email address will not be published.