ବିଜେପୁର :-ସୁଶାନ୍ତ ସାହୁ (ଶାସକ ପ୍ରଶାସକ )ବରଗଡ଼ ଜିଲ୍ଲା ଗୋଟିଏ ପଟେ ଜଳସେଚିତ ହୋଇଥିବା ବେଳେ ଅନ୍ୟ ପଟେ ଚିର ମରୁଡି ଅଞ୍ଚଳ ଭାବେ ପରିଚିତ। ପ୍ରତେକ ତିନି ବର୍ଷ ଅନ୍ତରାଳରେ ବର୍ଷା ର ଅଭାବୀ କାରଣରୁ ଅଣ ଜଳସେଚିତ ଅଂଚଳରେ ମରୁଡି ପଡିଥାଏ। ଚଳିତ ବର୍ଷା ପ୍ରଥମେ ଦୁଇ ମାସ କମ ବର୍ଷା ହେବା କାରଣ ରୁ ଗଜା ମରୁଡି ପରିସ୍ଥିତି ଦେଖାଦେଇଥିଲା ପରେ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ସ୍ୱାଭାବିକ ବର୍ଷା ହେବାରୁ ଚାଷୀଙ୍କ ମନ ରେ ଉତ୍ସାହ ଭରିଯାଇଥିଲା ହେଲେ ପୂଣି ଅକ୍ଟୋବର ମାସରେ କମ ବର୍ଷା ଚାଷଙ୍କ ମୁଣ୍ଡବିନ୍ଧା ର କାରଣ ପାଲଟିଛି। ଗତ ସରକାର ବିଜୁ କୃଷକ କଲ୍ୟାଣ ଯୋଜନା ରେ ବରଗଡ଼ ଜିଲ୍ଲାରେ ହଜାର ହଜାର ଗଭୀର ନଳ କୂପ ଖୋଲା ଯାଇଛି କେତକ ନାକକୂପ ରେ ଲାଇନ ସଂଯୋଗ କରାଯାଇଛି ତ କେତକ ଗଭୀର ନଳକୂପ ର କରାଯାଇ ପାରିନାହିଁ। ଚାଷୀ ମାନେ ବାରମ୍ବାର ବିଭିନ୍ନ ଅଧିକାରୀ ମାନଙ୍କୁ ଏହି ବିଷୟରେ ଅବଗତ କରିବା ସ୍ୱତବେ କୌଣସି ସୁଫଳ ମିଳୁନାହିଁ। ଉଠା ଜଳସେଚନ ବିଭାଗ ତରଫରୁ ଜିଲ୍ଲାପାଳ ଙ୍କ ନେତୃତ୍ୱ ରେ ଅନେକ ମିଟିଙ୍ଗ ମଧ୍ୟ ହେଉଛି ଜିଲ୍ଲାପାଳ ଏହି ପ୍ରସଙ୍ଗରେ ଉପରସ୍ଥ ଅଧିକାରୀ ଙ୍କୁ ଲିଖିତ ଭାବେ ଅବଗତ ମଧ୍ୟ କରିଛନ୍ତି। ଚଳିତ ବର୍ଷ କମ ବର୍ଷା ହେବାରୁ ବର୍ତ୍ତମାନ ବିଭିନ୍ନ ଅଞ୍ଚଳରେ ମରୁଡି ପରିସ୍ଥିତି ଏଣୁ ଖୋଲା ହୋଇଥିବା ନଳକୂପ ରେ କେବେ ଲାଇନ ଲଗାଯିବ ବୋଲି ଆଜି ବୀର ସୁରେନ୍ଦ୍ର ସାଏ କୃଷକ ସଂଗଠନ ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଂଗଠନ ର ପ୍ରତିନିଧି ମଣ୍ଡଳୀ OLIC ଶ୍ରୀ ସୂର୍ଯ୍ୟନାରାୟଣ ତ୍ରିପାଠୀ ଙ୍କୁ ଭେଟି ଥିଲେ। ଶ୍ରୀ ତ୍ରିପାଠୀ କହିବା ଅନୁସାରେ ପାଖାପାଖି ତିନି ହଜାର ଗଭୀର ନଳକୂପ ରେ ଲାଇନ ଲଗାଯାଇ ପାରିନାହିଁ କାରଣ ବରଗଡ଼ ଜିଲ୍ଲା ରେ ଯେତିକି ବିଦ୍ୟୁତ ଦରକାର ବା ଗ୍ରୀଡ଼ ଆବଶ୍ୟକ ତାହା ନାହିଁ ଏଣୁ ଲାଇନ ସଂଯୋଗ ହୋଇ ପାରିନାହିଁ। ଆବଶ୍ୟକ ମୁତାବକ ଗ୍ରୀଡ଼ ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ହୋଇଯିବା ର ସମ୍ଭାବନା ଅଛି ଏଣୁ ମାର୍ଚ୍ଚ ସୁଦ୍ଧା ସମସ୍ତ ଗଭୀର ନଳକୂପ ରେ ଲାଇନ ମଧ୍ୟ ଲଗାଯିବାର ସମ୍ଭାବନା ଅଛି । ଯେଉଁ ମାନେ ସୋଲାର ଗଭୀର ନଳ କୂପ ପାଇଁ ଆବେଦନ କରିଛନ୍ତି ଚଳିତ ବର୍ଷ ସେମାନଙ୍କର ପର୍ଯାୟ କ୍ରମେ ଖୋଲାଯିବ ବୋଲି କହିଛନ୍ତି। ଆଲୋଚନା ବେଳେ ରବିଶଙ୍କର ପ୍ରଧାନ, ଲୁକେଶ ପଧାନ, ଭଗବାନ ପଧାନ, ଗୋପବନ୍ଧୁ ସାହୁ, ଜୟକାନ୍ତ ପଧାନ, ବିରେନ ରଥ, ପ୍ରଭାତ ସାହୁ, ପ୍ରେମ ସାହୁ ଏବଂ ରମେଶ ମହାପାତ୍ର ଅଂଶ ଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.