ପୋଲିସ୍ ଶହୀଦ୍ ଦିବସରେ ଶହୀଦ୍ ନିରାକାର ବେହେରାଙ୍କୁ ମରଣୋତ୍ତର ସମ୍ବର୍ଦ୍ଧନା ପ୍ରଦାନ

0 1

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ପୋଲିସ୍ ଶହୀଦ ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ରେଳ ସୁରକ୍ଷା ବାହିନୀରେ କାର୍ଯ୍ୟରତ ଥାଇ ଶହୀଦ ହୋଇଥିବା ବିଦ୍ୟାଳୟର ପ୍ରାକ୍ତନ ଚ୍ଥାତ୍ର ସ୍ଵର୍ଗତ ନିରାକାର ବେହେରାଙ୍କୁ ପୂର୍ବ ତଟ ରେଳୱେ ବିଭାଗ ତରଫରୁ ମରଣୋତ୍ତର  ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I ସ୍ୱର୍ଗତ ନିରାକାର ବେହେରା ପିତା ତ୍ରିନାଥ ବେହେରା ଏବଂ ମାତା ଶଶି ବେହେରାଙ୍କ ଔରସରୁ 1965 ମସିହାରେ ନେଟଙ୍ଗା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ବେଳେ 1986 ମସିହାରେ ରେଳ ସୁରକ୍ଷା ବାହିନୀରେ ଯୋଗ ଦେଇଥିଲେ I ରେଳ ବିଭାଗରେ କାର୍ଯ୍ୟରତ ଥାଇ 2023 ରେ ସେ ମୃତ୍ୟୁ ବରଣ କରିଥିଲେ I ଆଜି ଅନୁଷ୍ଠିତ ସ୍ଵର୍ଗତ ନିରାକାରଙ୍କ ସ୍ମୃତି ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୂର୍ବ ତଟ ରେଳୱେ ସୁରକ୍ଷା ବାହିନୀ ଡିଆଇଜି ଭବାନୀ ଶଙ୍କର ନାଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଖୋର୍ଦ୍ଧା ରେଳୱେ ସୁରକ୍ଷା ବାହିନୀ ଏଏସସି ପ୍ରେମ୍ ଦୀପ୍ ସଞ୍ଜୟ, ବ୍ରହ୍ମପୁର ରେଳୱେ ସୁରକ୍ଷା ବାହିନୀ ଆଇଆଇସି ସିଭି ରମଣ, ପୁରୀ ରେଳୱେ ସୁରକ୍ଷା ବାହିନୀ ଆଇଆଇସି ଅପ୍ରେଶ ବେହେରା,ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା, ଶିକ୍ଷକ ସୁରେନ୍ଦ୍ର ବାଡତ୍ଯା ଏବଂ ସହୀଦ୍ ନିରାକାରଙ୍କ ଧର୍ମପତ୍ନୀ ଗୀତାଞ୍ଜଳି ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ I ମୁଖ୍ୟ ଅତିଥି ଭବାନୀ ଶଙ୍କର ରଥ ସହୀଦ୍ ନିରାକାରଙ୍କ କର୍ତ୍ତବ୍ୟ ନିଷ୍ଠା,ସେବା ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ସେ ରେଳୱେ ସୁରକ୍ଷା ବାହିନୀ ପାଇଁ ଏକ ଆଦର୍ଶ ଥିଲେ ବୋଲି ପ୍ରକାଶ କରିଥିଲେ l ହେଡ୍ କନେଷ୍ଟବଳ ମନୋଜ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ରେଳୱେ ସୁରକ୍ଷା ବାହିନୀର ବହୁ ପଦାଧିକାରୀ, କର୍ମଚାରୀ ଏବଂ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ I

 

Leave A Reply

Your email address will not be published.