(ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ତଥା କିଶନନଗର ଥାନା ଅଧିନସ୍ତ ମହମ୍ମଦପୁର ଗ୍ରାମର ଦୁଇ ସହପାଠୀଙ୍କ ଶବ ଚିତ୍ରୋତ୍ପଳା ନଦୀରୁ ଉଦ୍ଧାର କରାଯାଇଛି l ଗତକାଲି ଏହି ଦୁଇ ସାଙ୍ଗ ନଦୀରେ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ଥିଲେ । ଦମକଳ ବାହିନୀ ଖୋଜାଖୋଜି କରି ଦୁଇ ସାଙ୍ଗକୁ ପାଇନଥିବା ବେଳେ ଆଜି ସକାଳେ ସ୍ଥାନୀୟ ଗ୍ରାମବାସୀମାନେ ଘାଟ ନିକଟରେ ଭାସୁଥିବାର ଦେଖି ଦୁଇ ଜଣଙ୍କୁ ଉଦ୍ଧାର କରିଛନ୍ତି । ଏହି ଗ୍ରାମର ବାବୁଲି ବେହେରାଙ୍କ ପୁତ୍ର ଚନ୍ଦନ ବେହେରା(୨୧) କୋରୁଆ ଲୋକନାଥ ମହାବିଦ୍ୟାଳୟରେ +୩ ଶ୍ରେଣୀରେ ଓ ଚିତରଞ୍ଜନ ପାତ୍ରଙ୍କ ପୁତ୍ର ବିଜୟ କୁମାର ପାତ୍ର(୨୧) ସାଲେପୁର ସୟଂ ଶାସିତ ମହାବିଦ୍ୟାଳୟରେ +୩ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ଏହି ଦୁଇ ସହପାଠୀ ଗତ କାଲି ଛୁଟି ଦିନ ଥିବାରୁ ସାଥି ହୋଇ ଚିତ୍ରୋତ୍ପଳା ନଦୀର ଚାଟରା ଘାଟକୁ ଗାଧୋଇ ଯାଇଥିଲେ। ଗାଧୋଇବା ସମୟରେ କୌଣସି କାରଣରୁ ପ୍ରଖର ସ୍ରୋତରେ ଦୁଇ ଜଣ ଭାସି ଯାଇ ନିଖୋଜ ହୋଇଥିଲେ । ଆଜି ଶବ ମିଳିବା ପରେ ଖବର ପାଇ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ବ୍ୟବଛେଦ ପରେ ଶୋକାକୂଳ ପରିବେଶ ମଧ୍ୟରେ ଦୁଇ ଜଣକ ଶବକୁ ସତ୍କାର କରାଯାଇଛି । ଦୁଇ ସହପାଠୀଙ୍କ ବିୟୋଗରେ ନିଶ୍ଚିନ୍ତକୋଇଲି ପଂଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ନରେନ୍ଦ୍ର କୁମାର ବାରିକ, ପ୍ରାକ୍ତନ ସରପଂଚ ସରୋଜ କୁମାର ବେହେରା, ଅବଦୁଲ ସୋଫିଆନ, ସମାଜସେବୀ ସେକ ଜଲାଲ ଉଦ୍ଦିନ ଅହମ୍ମଦ,ରଞ୍ଜନ ବେହେରା ପ୍ରମୁଖ ଶୋକବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.