ଜଗତସିଂହପୁର,ତା-୨୧.୧୦.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ସଦର ମହକୁମା ସ୍ଥିତ ବାରଙ୍ଗ ରିଜର୍ଭ ପୋଲିସ୍ ପଡ଼ିଆ ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ୬୫ ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦଗାତା ଯୋଗଦେଇ ଶହୀଦ ସ୍ମୃତି ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସାରା ଦେଶରେ ୬୫ତମ ଶହୀଦ ସ୍ମୃତି ଦିବସ ପାଳନ କରାଯାଉଛି। ଶହୀଦ ସ୍ମୃତି ଦିବସ ଅବସରରେ ଜିଲ୍ଲା ପୋଲିସ ପକ୍ଷରୁ ଏକ ପ୍ୟାରେଡ଼ ଅନୁଷ୍ଠିତ ହୋଇଥିଲା। କର୍ତ୍ତବ୍ୟ ପଥରେ କର୍ମ କଲାବେଳେ ପୋଲିସ କର୍ମଚାରୀ ମାନେ ପ୍ରାଣର ଆହୁତି ଦେଉଛନ୍ତି। ଆମେ ତାଙ୍କ ଠାରୁ ପ୍ରେରଣା ପାଉଛୁ ବୋଲି ଆରକ୍ଷୀ ଅଧିକ୍ଷକ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଜଗତସିଂହପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମରେନ୍ଦ୍ର ପଣ୍ଡା,ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ,ପ୍ରମୁଖ ପରିଚାଳନା କରିଥିଲେ |
Sign in
Sign in
Recover your password.
A password will be e-mailed to you.