ବିଜେପୁର :ସୁଶାନ୍ତ ସାହୁ- ବିଜେପୁର ର କ୍ଲିଣ୍ଟନ ସାହୁ ଓ.ପି.ଏସ ଇ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବାରେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି। ବିଜେପୁର ସହର ସ୍ଥିତ ଜଣାଶୁଣା ଗଞ୍ଜେଇଭାଟି ଛକରେ ତାଙ୍କ ଘର l ମାତା:- ଗୈାରୀ ପାତ୍ର, ପିତା:- କିଶୋର ସାହୁଙ୍କ ସୁପୁତ୍ର ଅଟନ୍ତି l ବାପା ଜଣେ ବ୍ୟବସାୟୀ ଭାବେ ଅଞ୍ଚଳରେ ବେଶ ଜଣାଶୁଣା ଥିବା ବେଳେ ମାତା ଗୈାରୀ ପ୍ରାଇମେରୀ ସ୍କୁଲରେ ଶିକ୍ଷକତା କରନ୍ତି l କ୍ଲିଣ୍ଟନ ସ୍ଥାନୀୟ ଶିଶୁ ମନ୍ଦିରରେ ପଞ୍ଚମ ଶ୍ରେଣୀ,ଷଷ୍ଠ ଶ୍ରେଣୀରୁ ଭୁବନେଶ୍ବର ସ୍ଥିତ ସୈନିକ ସ୍କୁଲରେ +୨ ପର୍ଯ୍ୟନ୍ତ ପାଠ ପଢନ୍ତି। ପରେ ରାଜଧାନୀ କଲେଜ ଭୁବନେଶ୍ବରରେ ୨୦୧୪-୨୦୧୭ ଭିତରେ ଗ୍ରାଜୁଏସନ, ରେଭେନ୍ସା ୟୁନିଭସିଟି କଟକରେ ୨୦୧୮-୨୦୨୦ରେ ଏମ.ଏ.ସିରେ ପାଠ ପଢି ସାରିଲା ପରେ,ଗେଟ୍ ପାଇଁ ଦିର୍ଘ ଦୁଇବର୍ଷ କାଳ ସଂଘର୍ଷର ଅଧ୍ୟୟନ ମଧ୍ୟରେ ଛନ୍ଦି ହୋଇ ୧୮୮ ନମ୍ବର ରେଙ୍କରେ ଗେଟ୍(ଫିଜିକ୍ସ)୨୦୨୨ରେ କୃତକାର୍ଯ୍ୟ ହୁଅନ୍ତି।ପରେ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିବାକୁ ମନସ୍ଥ କରି ୨୦୨୨-ଜୁଲାଇରେ ଲୋକସେବା ଆୟୋଗ ପକ୍ଷରୁ ହେବାକୁ ଥିବା ଓଡ଼ିଶା ପ୍ରଶାସନିକ ସେବାରେ (O.A.S)ରେ ପ୍ରଥମଥର ପାଇଁ ପରୀକ୍ଷା ଦେବା ସହ ୩୫ ନମ୍ବର ସ୍ଥାନ ହାସଲ କରିବାରେ ସଫଳତା ପାଇଛନ୍ତି।
Sign in
Sign in
Recover your password.
A password will be e-mailed to you.