ଜରି ଏବଂ ବୋତଲ ଗୋଟାଇ ପେଟ ପୋଷୁ ଥିବା ଶିଶୁଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

0 1

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଥିଲା ଯେ ପାରଳାଖେମୁଣ୍ଡି ସହରକୁ କିପରି ଶିଶୁ ଶ୍ରମିକ ଏବଂ ଶିଶୁ ଭିକ୍ଷୁକ ମୁକ୍ତ କରାଯିବ , ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବେ। ତାକୁ ଆଖି ଆଗରେ ରଖି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଓ ଚାଇଲ୍ଡ ହେଲ୍ପଲାଇନ ନେତୃତ୍ବରେ ଏକ ଦଳ , ଗତ କିଛି ଦିନ ହେଲା ସହରର ପ୍ରତି କୋଣ ଏବଂ ଅନୁକୋଣରେ ବୁଲିବା ସହ , କିପରି କୌଣସି ଶିଶୁଙ୍କୁ ଉପରୋକ୍ତ କାଯ୍ୟରେ ନ ଲଗାଯିବ , ସେଥିପ୍ରତି ଧ୍ୟାନ ଦିଆଯାଉଛି।
ଆଜି ( ରବିବାର) ଏହି ଦଳ ଆଗରେ , ପାରଳାଖେମୁଣ୍ଡି ବସ ଷ୍ଟାଣ୍ଡ ପାଖରେ ୩ ଜଣ ଶିଶୁ ଜରି ଏବଂ ବୋତଲ ଗୋଟାଇବା ନଜରକୁ ଆସିଥିଲା। ପିଲାମାନଙ୍କ ବୟସ ୬,୯,୧୦, ବର୍ଷ ତିନିଜଣ ଝିଅ ଥିଲେ।
ଏହି ଦଳ, ସେହି ଜାଗରୁ ପିଲାମାନଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତି , ଗଜପତି ଆଗରେ ଉପସ୍ଥାପନ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ପିଲାମାନଙ୍କର ମାଆ ଏବଂ ବାପା ଶିଶୁ ମଙ୍ଗଳ ଆଗରେ ପହଞ୍ଚି ଥିଲେ। ଏହାପରେ ଶିଶୁ ମଙ୍ଗଳ ସମିତି ଶିଶୁଟିର ଥଇଥାନ ନିମନ୍ତେ ଉତ୍କଳ ବାଳାଶ୍ରମ , ପାରଳାଖେମୁଣ୍ଡି କୁ ପଠାଇଥିଲେ।
ଆଗାମୀ ଦିନରେ ପିଲାମାନଙ୍କୁ ପାଠ ପଢ଼ାଇ , ସମାଜର ମୁଖ୍ୟ ସ୍ରୋତରେ କିପରି ସାମିଲ କରାଯିବ ତାହା ଜିଲ୍ଲା ପ୍ରଶାସନ ର ଦାୟିତ୍ଵ ରହିଲା।

Leave A Reply

Your email address will not be published.