୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0 1

ବିଜେପୁର :ସୁଶାନ୍ତ ସାହୁ (ସାଶକ ପ୍ରଶାସକ ): ବିଜେପୁର ସ୍ଥିତ ରେଡିଏନ୍ସ ଶିକ୍ଷାନୁଷ୍ଠାନର ସଭାଗୃହ ଠାରେ ଆସନ୍ତା ଜାନୁଆରୀ-୨୦୨୫ ବର୍ଷର ପ୍ରଥମ ସପ୍ତାହ ତା ୦୨.୦୧.୨୦୨୫ରିଖ ଠାରୁ ଦିର୍ଘ ଚାରିଦିନ ତା ୦୫.୦୧.୨୦୨୫ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହାକୁ ନେଇ ଗାୟତ୍ରୀ ପରିବାର ବରଗଡ଼ ଜିଲ୍ଲା ପକ୍ଷରୁ ଶାନ୍ତିକୁଞ୍ଜ, ହରିଦ୍ଵାର ରୁ ଆସିଥିବା ଶକ୍ତି କଳସକୁ ଏକ ସୁସଜ୍ଜିତ ରଥରେ ବିଜେପୁର ସହରରେ ପରିକ୍ରମା କରାଯାଇଥିଲା। ଉକ୍ତ ୧୦୮ କୁଣ୍ଡୀୟ ମହାଯଜ୍ଞ ପାଇଁ ଦେବଦମ୍ପତି ସମ୍ମିଳନୀ ଓ ଶୁଭ ସ୍ତମ୍ଭ ସ୍ଥାପନ ପାଇଁ ତା ୨୩.୧୦.୨୦୨୪ ରିଖ ବୁଧବାର ଦିନ ଶାନ୍ତି କୁଞ୍ଜ ହରିଦ୍ଵାରରୁ ଅନୁମତି ମିଳି ସାରିଛି ବୋଲି କମିଟିର ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ନାୟକ ଜଣାଇଛନ୍ତି। ଉକ୍ତ ଦିବସରେ ଶୁଭ ସ୍ତମ୍ଭ ସ୍ଥାପନ କରାଯିବାର ନିଷ୍ପତ୍ତି ସର୍ବସମ୍ମତି କ୍ରମେ ଗୃହିତ ହୋଇଛି।

Leave A Reply

Your email address will not be published.