ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ(ଶାସକ ପ୍ରଶାସକ): ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ୍ ଅନ୍ତର୍ଗତ ନୂଆଗାଁ ନିକଟସ୍ଥ ପାର୍ଶ୍ଵରେ ଥିବା ସୁବର୍ଣ୍ଣରେଖା ମ୍ୟାନ କେନାଲ ରେ ଦେଖିବାକୁ ମିଳିଛି ଏଭଳି ଏକ ହୃଦୟ ବିଦାରକ ଘଟଣା । ମୃତକ ତିନି ଜଣ ହେଲେ ସାରସକଣା ପଞ୍ଚାୟତ ମୁଣ୍ଢାକଟା ଗ୍ରାମର ଗଣେଶ୍ୱର ସାହୁଙ୍କ ପୁଅ ମଦନ ମୋହନ ସାହୁ (୧୪), ନୂଆଗାଁ ଗ୍ରାମର ସନ୍ତୋଷ ସାହୁଙ୍କ ପୁଅ ଶ୍ରୀୟାଂଶୁ ସାହୁ (୧୪), ସାରସକଣା ସୁମନ୍ତ ସାହୁଙ୍କ ପୁଅ ଯୋଶବନ୍ତ ସାଇସୁନ୍ଦର ସାହୁ (୧୪) । ସୂଚନା ଅନୁସାରେ ସାଙ୍ଗ ମାନଙ୍କ ସହିତ ପ୍ରତ୍ୟେକ ଦିନ ଭଳି କେନାଲ ନିକଟ ପଡିଆରେ କ୍ରିକେଟ ଖେଳ ଖେଳୁଥିବା ବେଳେ ବଲଟି କେନାଲ ପାଣି ଭିତରକୁ ପଡି ଯାଇଥିଲା। ଏପରି ସ୍ଥଳେ ତିନିଜଣ ସାଙ୍ଗ ହାତ ଧରାଧରି ହୋଇ କେନାଲ ପାଣିରୁ ବଲ ଆଣିବାକୁ ଚେଷ୍ଟା କରି ଥିବା ବେଳେ କେନାଲ ଭିତରକୁ ଗୋଡ଼ ଖସି ଯାଇଥିଲା । ଗୋଡ଼ ଖସି ଯିବାରୁ ତିନିଜଣ ଯାକ କେନାଲ ଭିତରକୁ ପଶି ଯାଇ ପାଣିରେ ଭାସି ଯାଇଥିଲେ । ତେବେ ଖବର ପାଇ ସ୍ଥାନୀୟ ଲୋକେ ତିନି ଜଣକୁ ଉଦ୍ଧାର କରି ଶିର୍ଷା ସରକାରୀ ଡାକ୍ତରଖାନା କୁ ନେଇଯାଇଥିଲେ । ତେବେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ସ୍ଥାନୀୟ ଝାରପୋଖରିଆ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହିତ ତିନି ଜଣଙ୍କ ୫୧,୫୨,୫୩ /୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଏଭଳି ହୃଦୟ ବିଦାରକ ମୃତ୍ୟୁ ଘଟଣାକୁ ନେଇ ପରିବାର ସହିତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Sign in
Sign in
Recover your password.
A password will be e-mailed to you.