ବିଦ୍ୟୁତ୍ ସ୍ମାର୍ଟ ମିଟର ଅପସାରଣ ପ୍ରତିବାଦରେ ବିଶାଳ ମୋଟର ସାଇକେଲ ରେଲି

0 1

ସୋହେଲା /ଦଶମାଇଲ ସୁଶାନ୍ତ ସାହୁ-ବୀର ସୁରେନ୍ଦ୍ର ସାଏ କୃଷକ ସଂଗଠନ, ଦଶମାଇଲ ତରଫରୁ ବିଦ୍ୟୁତ୍ ସ୍ମାର୍ଟ ମିଟର ଅପସାରଣ ପ୍ରତିବାଦରେ ଏକ ବିଶାଳ ମୋଟର ସାଇକେଲ ରେଲି ର ଆୟୋଜନ କରାଯାଇଥିଲା। ଏହି ସଚେତନତା ରେଲିରେ ବିଶିପାଲି ଗ୍ରିଡ଼ ଅଧିନସ୍ଥ ସମସ୍ତ ଗ୍ରାମ ଠାରୁ ଆସିଥିବା ପ୍ରତିନିଧି ମାନଙ୍କ ସହ ଦଶମାଇଲ ଛକ ଅନ୍ଚଳର ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ନେଇ ରେଲି ଟି ଆରମ୍ଭ ହୋଇଥିଲା। ସମସ୍ତ ସଂଗ୍ରାମୀ ବନ୍ଧୁମାନେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏହି ଆନ୍ଦୋଳନର ଆରମ୍ଭ କରିଥିଲେ। ଚାଷୀ ନେତା ରମେଶ ମହାପାତ୍ର ପତାକା ଦେଖାଇ ରେଲି ର ଶୁଭ ଉଦ୍‌ଘାଟନ କରିଥିଲେ। ବିଶିପାଲି ଗ୍ରିଡ଼ ଅଧିନସ୍ଥ ସମସ୍ତ ୨୫ଟି ଗ୍ରାମକୁ ଏହି ସଚେତନତା ବାର୍ତ୍ତା ପହଞ୍ଚାଇବାର ଲକ୍ଷ୍ୟ ରେ କାର୍ଯକ୍ରମ ର ପରିକଳ୍ପନା କରା ଯାଇଥିଲା । ଯେଉଁଠାରେ ଟାଟା ପାୱାର ଦ୍ୱାରା କୃଷକମାନଙ୍କୁ ଦିଆଯାଉଥିବା ଅନ୍ୟାୟ ଶୋଷଣ ତଥା ତୃଟିପୂର୍ଣ୍ଣ ବିଲ ନୀତି ପ୍ରତିବାଦ କୁ ଲୋକ ମାନଙ୍କ ଆଗରେ ରଖା ଯାଇଥିଲା ।
ଏହି ରେଲିକୁ ସମସ୍ତ ଚାଷୀ ମାନଙ୍କ ର ବ୍ୟାପକ ସମର୍ଥନ ମିଳିଥିଲା ଯାହାଫଳରେ କାର୍ଯ୍ୟକ୍ରମ ଟି ସୁଚାରୁ ରୂପେ ସଫଳ ହୋଇଥିଲା। ଆନ୍ଦୋଳନରେ ଚାଷୀ ନେତା ରମେଶ ମହାପାତ୍ର ଙ୍କ ସମେତ , ସଂଯୁକ୍ତ କୃଷକ ସଂଗଠନ, ବରପାଲି ତଫନ ମିଶ୍ର , ଦିବାକର ପ୍ରଧାନ , ବରଗଡ଼ରୁ ନିରଞ୍ଜନ ପ୍ରଧାନ ସଞ୍ଜୟ ଭୋଇ , ଭଟଲି କୃଷକ ପରିବାରକୁ ଶାନ୍ତନୁ ମାଝି, ଦିଲ୍ଲୀପ ପଧାନ, ବାରପାହାଡ କୃଷକ ସଂଗଠନ ଅମ୍ବାଭୋନା ଇଶାନ୍ତ ଭୋଇ, କୋଶଳ ସେନା ରୁ ବୀରବଲ ମହାକୁର, ରୋହନ ପଧାନ, ଠାକୁର ବିଶ୍ବାଳ, ମୁକେଶ ମହାକୁର ପ୍ରମୁଖ ଏହି ରେଲି ରେ ସାମିଲ ହୋଇ ସେମାନଙ୍କ ର ଉପସ୍ଥିତି ଜାହିର୍ କରିଥିଲେ । ଏହା ସହ ଭଗବାନ ପ୍ରଧାନ, ରବିଶଙ୍କର ପ୍ରଧାନ, ଲୋକେଶ ସାହୁ, ତରୁଣ ନାୟକ, ଶଙ୍କର୍ଷଣ ପ୍ରଧାନ ଓ ଅବନୀକାନ୍ତ ପ୍ରଧାନ ପ୍ରମୁଖ ନେତୃତ୍ୱ ଦେଇଥିଲେ। ଇତ୍ୟବସରରେ କେନ୍ଦପାଲି ରୁ ସ୍ମାର୍ଟ ମିଟର ସମସ୍ୟା ର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ କୁ ଦେଇଥିବା ଦାବୀପତ୍ର ଉପରେ ଯଦି କୌଣସି ନିଷ୍କର୍ଷ ନ ବାହାରେ ତେବେ ଆସନ୍ତା ୨୩ ତାରିଖରେ ଜାତୀୟ ରାଜପଥ ଅବରୋଧ କରିବାର କାର୍ଯ୍ୟକ୍ରମ ରହିଛି ।ଦ୍ବିତୀୟ ରେ ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚାଷକାର୍ଯ୍ୟ ର ସ୍ଥିତି ସଙ୍ଗୀନ ହୋଇଯାଇଛି । ବରଗଡ ଜିଲ୍ଲା ରେ ରେକର୍ଡ଼ ହୋଇଥିବା ସୁଚନା ରୁ ଜଣା ଯାଏ ଯେ ଚଳିତ ବର୍ଷ ସ୍ଵାଭାବିକ ବୃଷ୍ଟିପାତ ରୁ 40 ମିମି ରୁ କମ୍ ବର୍ଷା ହୋଇଥିବା କାରଣରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏ ପରିପ୍ରକ୍ଷୀ ରେ ଅଚଳ ଥିବା ଉଠାଜଳସେଚନ ସଚଳ କରିବା ସହ ୨୪ ଘଣ୍ଟା ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ନିତାନ୍ତ ଆବଶ୍ୟକ। ଏହା ସ୍ବତ୍ତ୍ବେ ଯଦି ଚାଷ ଉଜୁଡି ଯାଉଛି ତେବେ ଇନ୍‌ପୁଟ୍ ସବ୍‌ସିଡି , ଫସଳବୀମା ର ଲାଭ ଚାଷୀ ସମାଜର ହିତରେ ଯିବା ସକାଶେ ସରକାର ଯତ୍ନବାନ ହେଲେ ଚାଷୀ ମାନଙ୍କ ର ବୃହତ୍ତର ସ୍ବାର୍ଥ ରକ୍ଷା ହୋଇ ପାରିବ । ପ୍ରଥମ ଥର ପାଇଁ ନୂତନ ଏନାଲାଇଜର ମେସିନ୍ ଯାହା କୃତ୍ରିମ ବୁଦ୍ଧିମତା (AI) ଆଧାରିତ ରହିବ, ଏହାକୁ ନେଇ ମଧ୍ୟ ଚାଷୀମାନେ ଏବେ ଚିନ୍ତାରେ ରହିଛନ୍ତି। ଏହି ନୂତନ ପେଡ଼ି ଏନାଲାଇଜର ର ପରୀକ୍ଷା ପଦ୍ଧତିକୁ ନେଇ ଏବେ ଚାଷୀ ମାନଙ୍କ ମଧ୍ୟରେ ଦ୍ବନ୍ଦ ଚାଲିଛି। ଧାନ କିଣା ବିକା ପୁର୍ବରୁ ଏହି ଏନାଲାଇଜର ର ଡେମୋ ପ୍ରଦର୍ଶନ ନିହାତି ଆବଶ୍ୟକ ବୋଲି ଚାଷୀ କୁଳ ଆଗ୍ରହ ଦେଖାଉଛନ୍ତି। ଏହି ନୂତନ ପଦ୍ଧତି ର ସଠିକତା କେତେ ସ୍ପଷ୍ଟ ଫଳ ଦେବ ତାହାକୁ ନେଇ ମଧ୍ୟ ଜନ ସାଧାରଣ ମଧ୍ୟରେ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

Leave A Reply

Your email address will not be published.