ଅକ୍ଟୋବର ୨୯ରେ ସେଣ୍ଟ୍ରାଲ ରିସର୍ଚ୍ଚ ଇନଷ୍ଟିଟ୍ୟୁଟ ଫର ଯୋଗ ଆଣ୍ଡ ନାଚୁରୋପାଥିର ଭିତ୍ତିପ୍ରସ୍ତର ସ୍ଥାପନ

0 1

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଢଙ୍ଗୀଙ୍କ ଉଦ୍ୟମ କ୍ରମେ ସାକାର ରୂପ ନେବାକୁ ଯାଉଛି  ସେଣ୍ଟ୍ରାଲ ରିସର୍ଚ୍ଚ ଇନଷ୍ଟିଟ୍ୟୁଟ ଫର ଯୋଗ ଆଣ୍ଡ ନାଚୁରୋପାଥି | “ଏହି ଇନଷ୍ଟିଟ୍ୟୁଟ ଆରମ୍ଭ କରିବାର ପ୍ରୟାସର ସଫଳ ରୂପାୟନ ହୋଇ ଶୁଭାରମ୍ଭ ହେବାକୁ ଯାଉଛି l ଅପାତତଃ ଆଗାମୀ ଅକ୍ଟୋବର 29 ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ ହେବ” ବୋଲି ଭୁବନେଶ୍ୱର ସଂସଦ ଶ୍ରୀମତୀ ଅପରାଜିତା ଷଢଙ୍ଗୀ ସୂଚନା ଦେଇଛନ୍ତି |
ଏହି ସଫଳ ରୂପାୟନ ପାଇଁ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ରାଓ ଗଣପତ ରାଓ ଯାଦବଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି ସାଂସଦ ଶ୍ରୀମତୀ ଷଢଙ୍ଗୀ |

Leave A Reply

Your email address will not be published.