ଓଡ଼ଗାଁ,୧୯।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗୈାଡପୁଟ ଠାରେ ବୁଢାବୁଢିଆଣୀ ଅଥଲେଟିକ ଆସୋସିଏସନ ଓ ନେତାଜୀ କ୍ଲବ ଗୌଡ଼ପୁଟ ଆନୁକୂଲ୍ୟରେ ଆୟୋଜିତ ୪୪ ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍ ରଣପୁର ଟିମ୍ ଓ ମଙ୍ଗଳା କ୍ଲବ ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳା କ୍ଲବ ଖୋର୍ଦ୍ଧା ଚମ୍ପିୟାନ ଆଖ୍ୟା ହାସଲ କରିଥିବା ଜଣାପଡିଛି । ଖେଳର ପ୍ରଥମାର୍ଦ୍ଧରେ ରଣପୁର ଟିମ୍ ୨ଟି ଗୋଲ ସ୍କୋର ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇ ଥିଲା । ମାତ୍ର ଦ୍ବିତୀୟାର୍ଦ୍ଧରେ ମଙ୍ଗଳା କ୍ଳବ୍ ୨ଟି ଗୋଲ ସ୍କୋର କରି ମ୍ୟାଚକୁ ବରାବର ସ୍ଥିତିରେ ଆଣିଥିଲେ । ଶେଷରେ ଟ୍ରାଇବ୍ରେକର ମାଧ୍ୟମରେ ମଙ୍ଗଳା କ୍ଳବ୍ ଖୋର୍ଦ୍ଧା ରଣପୁର ଟିମକୁ ୫-୪ ଗୋଲରେ ପରାସ୍ତ କରି ଚମ୍ପିୟାନ ଆଖ୍ୟା ହାସଲ କରିଥିଲା । ଆଜିର ଫାଇନାଲ ମ୍ୟାଚରେ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନିରୁପମା ଖଟେଇ, ଚେୟାର ପରସନ, ମୁନିସିପାଲିଟି, ଲୋକନାଥ ସାହୁ ଚେୟାର ପରସନ ପଂଞ୍ଚାୟତ ସମିତି ଓଡ଼ଗାଁ, ଉପାଧ୍ୟକ୍ଷ ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟ ବିରଜା ଲଷ୍ମୀ ସାହୁ, ଝିଲି ପ୍ରଧାନ ଅଂଶଗ୍ରହଣ କରିଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି ମାନେ ଉପସ୍ଥିତ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ରେଫରୀ ପ୍ରସନ୍ନ ନାୟକ ଖେଳ ପରିଚାଳନା କରିଥିଲେ । ଜଗନ୍ନାଥ ପରିଡା ଓ ସୂର୍ଯ୍ୟକାନ୍ତ ଦଳେଇ ଲାଇନରେ ସହାୟତା କରିଥିଲେ ।
୪ର୍ଥ ରେଫରୀ ଭାବେ ଜୟକୃଷ୍ଣ ଜେନା, କୈଳାଶ ଚନ୍ଦ୍ର ପ୍ରଧାନ ଓ ମନୋରଞ୍ଜନ ଦାଶ ମ୍ୟାଚ ପରିଚାଳନା କରିଥିଲେ । ଅନୁଷ୍ଠାନର ସଭାପତି ଦିଲ୍ଲୀପ ମାର୍ଥା, ସମ୍ପାଦକ ତ୍ରିନାଥ ପ୍ରଧାନ ଓ ମ୍ୟାଚ ସମ୍ପାଦନା କରିଥିଲେ । ଜବାହାରଲାଲ ବିଦ୍ୟାଳୟର ଛାତ୍ରୀ ମାନେ ପିରାମିଡ଼ ମାଧ୍ୟମରେ ଖେଳାଳୀ ମାନଙ୍କୁ ସ୍ବାଗତ ପ୍ରଦର୍ଶନ କରିଥିଲେ । ଶ୍ରୀଧର ପରିଡା, ଜଗନାଥ ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ । କ୍ରୀଡା ସମ୍ପାଦକ କେଦାର ଚନ୍ଦ୍ର ସାହୁ କାର୍ଯ୍ୟ ପରିଚାଳନା କରିଥିଲେ ।