ଓଡ଼ଗାଁର ଅଂଶୁମାନ ଓଏସରେ ସଫଳତା ପାଇଲେ, ସଫଳତା ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି

0 1

ଓଡ଼ଗାଁ,୧୯।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁର ଅଂଶୁମାନ ଶନିବାର ପ୍ରକାଶ ପାଇଥିବା ୨୦୨୨ ଓଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି । ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଅଂଶୁମାନ ୩୯୬ ରାଙ୍କରେ ରହିଥିବା ସେ କହିଛନ୍ତି । ଅଂଶୁମାନ ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ଘୋଡ଼ାଦ୍ବାର ତଥା ଅଧିକାରୀ ସାହିର ବାସିନ୍ଦା ଅଟନ୍ତି । ପିତା ଦୂତି କୃଷ୍ଣ ଦାଶ ଏବଂ ମାତା ସ୍ମୃତିପ୍ରଭା ଦାଶଙ୍କ ସେ ସୁପୁତ୍ର ହୋଇଥିବା ବେଳେ ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଉଚ୍ଚ ସଫଳତାର ସହ ୧୦ମ ଶ୍ରେଣୀ ପାସ କରିଥିବା ବେଳେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ +୨ ବିଜ୍ଞାନ ଶିକ୍ଷା ଲାଭ କରି ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରେ +୩ ଅଧ୍ୟୟନ କରିଥିଲେ । ସେ ଏକ ସାଧାରଣ ପରିବାର ହୋଇଥିବା ବେଳେ ଘରେ ରହି ନିଜସ୍ବ ଚେଷ୍ଟା ଏକ ବଡ଼ ସଫଳତା ହାସଲ କରିଥିବାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ସୂଚନା ଥାଉକି ଚଳିତ ବର୍ଷ ଓଏସ ପରୀକ୍ଷା ଫଳାଫଳରେ ଫଳାଫଳରେ ଟପ୍ ଟେନ୍‌ରେ ୫ ମହିଳା ଓ ୫ ପୁରୁଷ ରହିଛନ୍ତି । ଶ୍ୱେତାଶ୍ରୀ ମହାପାତ୍ର ଓଏସ୍ ଟପ୍ପର ହୋଇଛନ୍ତି ।

Leave A Reply

Your email address will not be published.