ପଦ୍ମଶ୍ରୀ ଚନ୍ଦ୍ରଶେଖର ରଥଙ୍କ ଜୟନ୍ତୀ ପାଳିତ
ରାଉରକେଲା(ବସନ୍ତ କୁମାର ଜେନା ): ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ପଦ୍ମଶ୍ରୀ ଚନ୍ଦ୍ରଶେଖର ରଥଙ୍କ ୯୫ତମ ଜୟନ୍ତୀ ସଂଘ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ଆବାହକ ଭାରତ ଭୂଷଣ ମହାନ୍ତି ଙ୍କ ଆବାହକତ୍ଵ ଓ ଶିକ୍ଷାବିତ୍ ପ୍ରଫେସର ପ୍ରଭାତ କୁମାର ମଲ୍ଲିକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫକୀରମୋହନ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର କୁମରବର ଦାସ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ମହାଶ୍ୱେତା ସାହୁ ଓ ମୁଖ୍ୟବକ୍ତା ଭାବେ ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗଦେଇ ପଦ୍ମଶ୍ରୀ ରଥଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ପ୍ରାରମ୍ଭରେ ଆବାହକ ଶ୍ରୀ ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ତଥା ପଦ୍ମଶ୍ରୀ ରଥଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଏକ ଅମୃତ ଅନୁଭବ ଆଲେଖ୍ୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ପ୍ରଫେସର ତ୍ରିପାଠୀ ଓ ସମ୍ମାନିତ ଅତିଥି ଅଧ୍ୟାପିକା ସାହୁ ଚନ୍ଦ୍ରଶେଖରଙ୍କ ଜୀବନାଦର୍ଶ ଓ ତାଙ୍କର ବିବିଧ ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ପ୍ରଫେସର ଦାସ ଚନ୍ଦ୍ରଶେଖର ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ତାଙ୍କ ଲେଖା ସାହିତ୍ୟ କୁ ସମୃଦ୍ଧ କରିଛି। ପଦ୍ମଶ୍ରୀ ରଥଙ୍କ ସାହିତ୍ୟରେ ଜୀବନଦର୍ଶନ ଅଧିକ। ଯାହା ଅଧ୍ୟାପକ ଓ ଛାତ୍ର ଛାତ୍ରୀଙ୍କୁ ଅଧିକ ପ୍ରଭାବିତ କରିଥାଏ। ଏହା ସହ ବ୍ୟକ୍ତିତ୍ବ ର ଆଧାର, ପ୍ରଶ୍ନ ରୁ ପ୍ରଜ୍ଞା ର ଯାତ୍ରା,ସ୍ଥୁଳରୁ ଯାତ୍ରା ଜୀବନ, ଆତ୍ମଦର୍ଶନ ରେ ଜୀବନର ପୂର୍ଣ୍ଣତା,କୁତ୍ରିମତା କିପରି ମାନବିକତାର ବିରୋଧୀ, ତଥା ମୈ।ଳିକତା, ଆଧ୍ୟାତ୍ମିକ, ମାନବିକତା ଓ ଚିନ୍ତା ଚେତନାକୁ ମିଶାଇ ଚନ୍ଦ୍ରଶେଖରଙ୍କ ର ସୃଷ୍ଟି , ଦାରିଦ୍ର୍ୟ କନ୍ଦାଏ ମାତ୍ର ଶିଖାଏ ଓ ନିର୍ବୋଧତା ର ପରିଣତି କିପରି ଅହଂକାର ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ଅନୁଷ୍ଠାନ ତରଫରୁ ପ୍ରଫେସର ଦାସଙ୍କୁ ସମ୍ମାନିତ କରାଯାଇଥିଲା। ସଭାପତିତ୍ବ ଅଭିଭାଷଣରେ ପ୍ରଫେସର ମଲ୍ଲିକ ଚନ୍ଦ୍ରଶେଖରଙ୍କ ସୃଷ୍ଟି ର ବ୍ୟାପକତା ସମ୍ପର୍କରେ ଓ ଶେଷରେ ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପ୍ରବୀର କୁମାର ଦୁବେଙ୍କୁ ଅନୁଷ୍ଠାନର ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ରାଧାମୋହନ ନାୟକ, ଅରବିନ୍ଦ ପାତ୍ର, ଲକ୍ଷ୍ମଣନାଥ ଦାସ, କିଶୋରୀ ମୋହନ କର, କୁଞ୍ଜବିହାରୀ ରାଉତ, ବିପିନ ବିହାରୀ ପଟ୍ଟନାୟକ, ଇନ୍ଦ୍ରମଣି ମହାପାତ୍ର, କୃପାସିନ୍ଧୁ ନାୟକ, ଅଜୟ ମହାନ୍ତି, ତ୍ରିନାଥ ଷଡ଼ଙ୍ଗୀ, ପଶୁପତିନାଥ ଚାଟାର୍ଜୀ, ସଞ୍ଜୀବ ଭୋଇ, କାଶୀନାଥ ନନ୍ଦୀ, ଅକ୍ଷୟ ସାମଲ, ଶ୍ରୀନିବାସ ରାୟ, ପୂର୍ଣ୍ଣଚନ୍ଦ୍ର ଜେନା, ପ୍ରତାପ ପଣ୍ଡା, ଚାରୁଲତା ପ୍ରଧାନ, ବିଜୟିନୀ ଜେନା, ଗୈାତମ ଦାସ, ସୁକାନ୍ତ ମହାପାତ୍ର, ଶର୍ମିଷ୍ଠା କବିଶତପଥୀ, ପରିକ୍ଷିତ ଗୁରୁ, କାଶୀନାଥ ପାତ୍ର, ଗଦାଧର ରଥ, ନଗେନ ଦାସ, ପ୍ରଦୀପ ପଟ୍ଟନାୟକ, ନିରଞ୍ଜନ ପଣ୍ଡା, ନଳିନୀକାନ୍ତ ଧର, ଉପେନ୍ଦ୍ର ବସ୍ତିଆ, ଗଣେଶ ମାଝୀ ପ୍ରମୁଖ ଯୋଗଦେଇ ଥିଲେ।