ରାଉରକେଲା(ବସନ୍ତ କୁମାର ଜେନା ): ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲଠାରେ ସମତା ଆନୁକୂଲ୍ୟରେ ପ୍ରଥମ ମଣ୍ଡଳ ସ୍ତରୀୟ ଆଗାମୀ ର ଅଗ୍ରଦୂତ ସମ୍ମିଳନୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୂଆଦିଲ୍ଲୀ ରୁ ଇନକମଟ୍ୟାକ୍ସ କମିଶନର ସୃଜନୀ ମହାନ୍ତି, ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ପ୍ରଫେସର ଅରୁଣ କୁମାର ତ୍ରିପାଠୀ, କଟକରୁ ସ୍ଵରାଜ ଭାଇ, ବିକାଶ ଭାଇ, କୋରାପୁଟରୁ ହରି ଭାଇ ଓ ଅନ୍ୟାନ୍ୟ ଭାଇ, ଅପା ମାନେ ଯୋଗ ଦେଇଥିଲେ। ସ୍କୁଲ ର ସଭାପତି ଡକ୍ଟର ଜ୍ୟୋତ୍ସ୍ନା ପଟ୍ଟନାୟକ ସମସ୍ତଙ୍କୁ ସ୍ଵାଗତ କରିଥିଲେ, ସମ୍ପାଦକ ଡାକ୍ତର ପ୍ରଶାନ୍ତ କୁମାର ପାତ୍ର ସମ୍ମିଳନୀ ର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ରାଜଗାଙ୍ଗପୁର ଶ୍ରୀଅରବିନ୍ଦ ସ୍କୁଲର ଯୋଗ ଶିକ୍ଷୟିତ୍ରୀ ଶଶିରେଖା ପୁଟେଲ ପିଲାମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ରସରାଜ ଭାଇ ଓ ତାପସ ଭାଇ କୁଇଜ କାର୍ଯ୍ୟକ୍ରମ କୁ ପରିଚାଳିତ କରିଥିଲେ । ଶିକ୍ଷୟିତ୍ରୀ ଗୀତାରାଣୀ ବେହେରା, ବନ୍ଦନା ଦାସ ପ୍ରମୁଖ ନୃତ୍ୟ, ଗୀତ ପରିବେଷଣ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ଅଞ୍ଜଳି ମହାନ୍ତି, କଳ୍ପନା ଚୌଧୁରୀ, ଓ ଅନ୍ୟାନ୍ୟ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ। ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେଓଗଡ ର ବିଭିନ୍ନ ଶ୍ରୀଅରବିନ୍ଦ ସ୍କୁଲ ଗୁଡିକ ରୁ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆଧ୍ୟାତ୍ମିକ ଧାରାରେ ଏକ ଉଚ୍ଚତର, ସୁସ୍ଥତର ଜୀବନକୁ ଗଢ଼ିବା ଦିଗରେ ଏହି କାର୍ଯ୍ୟକ୍ରମ ପିଲା ମାନଙ୍କୁ ରାସ୍ତା ଦେଖାଇବାରେ ଅନେକ ସହଯୋଗ କରିବ ବୋଲି କୁହାଯାଉଛି। ଏହି ଅବସରରେ ସମ୍ପାଦକ ଡାକ୍ତର ପ୍ରଶାନ୍ତ କୁମାର ପାତ୍ର ଙ୍କ ସମ୍ପାଦିତ ଏକ କ୍ଷୁଦ୍ର ପତ୍ରିକା କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ଶେଷରେ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ବିଦ୍ୟାଳୟର ଅଧ୍ୟକ୍ଷା ଅଞ୍ଜଳି ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.