ବିଜେପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ସଦସ୍ୟତା ଅଭିଯାନରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା

0

ବିଜେପୁର ବରପାଲି :ସୁଶାନ୍ତ ସାହୁ-ବିଜେପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଲିଥିବା ସଦସ୍ୟତା ଅଭିଯାନରେ କେନ୍ଦ୍ରାପଡ଼ାର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଯୋଗଦାନ କରି ବରପାଲି ସହରରେ ଜନସାଧାରଣଙ୍କ ସହ ମିଶି ସର୍ବ ବୃହତ ଦଳ ଭାବେ ବିଜେପି ଦଳର ସଦସ୍ୟ ହେବା ସହ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଥିଲେ। ବରପାଲିରେ ଶ୍ରୀଯୁକ୍ତ  ବୈଜୟନ୍ତ ପଣ୍ଡା ପହଞ୍ଚିବା ପରେ ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ବିଜେପୁରର ମାନ୍ୟବର ବିଧାୟକ ଶ୍ରୀମାନ ଗଡତୀୟାଙ୍କ ନେତୃତ୍ୱରେ ଏହି ସଦସ୍ୟତା ଅଭିଯାନ ଅନୁଷ୍ଠିତ ହୋଇଥିବାବେଳେ,ଏହି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ବରଗଡ଼ର ମାନ୍ୟବର ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ, ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତୀୟା, ପୂର୍ବତନ ସାଂସଦ ପ୍ରଭାସ ସିଂ, ଜିଲ୍ଲା ସଭାପତି ଡ଼ା.ଅରୁପାନନ୍ଦ ସାହୁ, ବରିଷ୍ଠ ବିଜେପି ନେତା ଡି.ମୁରଲି କ୍ରିଷ୍ଣା ଜ଼ିଲ୍ଲାପରିଷଦ ଜୋନ ୨ ର ସୁଶାନ୍ତ ଗଡ଼ତିଆ ବିଜେପୁର ମଣ୍ଡଳ ସଭାପତି ଯୋଗୀନ୍ଦ୍ର ପଧାନ ପ୍ରମୁଖ ସାମିଲ ଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପୁର ମଣ୍ଡଳ, ଗାଇସିଲେଟ ମଣ୍ଡଳ ତଥା ବରପାଲି ମଣ୍ଡଳର କର୍ମକର୍ତ୍ତାଙ୍କ ସମେତ ସମସ୍ତ ମଣ୍ଡଳରୁ ଆସିଥିବା ବହୁ ସଂଖ୍ୟାକ ସଦସ୍ୟ, ସଦସ୍ୟା ସାମିଲ ଥିବା ଜଣାପଡିଛି

Leave A Reply

Your email address will not be published.