ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶୁକ୍ରବାର ଦିନ ସନ୍ଧ୍ୟାରେ ଭୁବନେଶ୍ବରର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଭୁବନେଶ୍ବର ମ୍ୟୁଜିକ ସର୍କଲ ଦ୍ବାରା ଆୟୋଜିତ ଏକ ଚିତ୍ତାକର୍ଷକ ଗଜଲ୍ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି।
ପାରଳାଖେମୁଣ୍ଡିର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପଣ୍ଡିତ ରଘୁନାଥ ପାତ୍ରଙ୍କ ସ୍ବର ସଂଯୋଜନା ଓ ସଙ୍ଗୀତ ନିର୍ଦ୍ଦେଶନାରେ କେତେକ ଗଜଲ୍ ଓ ପ୍ରସିଦ୍ଧ ହିନ୍ଦୀ ଗଜଲ୍ ଗାୟକ ମାନଙ୍କ ଦ୍ଵାରା କେତେ ଗୁଡ଼ିଏ ଲୋକ ପ୍ରିୟ ଗଜଲ୍ କୁ କଣ୍ଠଶିଳ୍ପୀ ଡ. ଚନ୍ଦନ ଗନ୍ତାୟତ ଓ ଶିଳ୍ପୀ ବୈଷ୍ଣବୀ ଘୋଷ ଦୁଇ ଘଣ୍ଟା ଧରି ପରିବେଷଣ କରି ଦର୍ଶକଙ୍କ ମନ ମୋହୀ ପାଇଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସଭାପତି ତଥା ଅବସର ପ୍ରାପ୍ତ ଆଇଏଏସ୍ (IAS) ଅଧିକାରୀ ଶ୍ରୀ ଅରବିନ୍ଦ ବେହେରା ଉଦ୍ଘାଟନ କରିଥିବା ବେଳେ ପ୍ରତିରକ୍ଷା ବିଭାଗର ବ୍ରିଗେଡିୟର୍ ଶ୍ରୀ ସୁଧାଂଶୁ ମୋହନ ପାଣିଗ୍ରାହୀ କଳାକାର ମାନଙ୍କ ପରିଚୟ ପ୍ରଦାନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମ ରେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀମତୀ ସଂଗୀତ ଗୋସାଁଇ , ଗୁରୁ ବିଜୟ ଜେନା , ଗୁରୁ ନିଶାକାନ୍ତ ରାଉତରାୟ , ଗୁରୁ କୁଳମଣି ସାହୁଙ୍କ ସମେତ ବହୁ ସଂଖ୍ୟାରେ ସଂଗୀତ ପ୍ରେମୀ ଯୋଗଦେଇଥିଲେ।
ଆଇ.ମନ୍ମଥ ରାଓ , ବସନ୍ତ ତିଆଡି , ପ୍ରେମ ଶଙ୍କର ଦାଶ , ବରଦା ପ୍ରସନ୍ନ ପଟ୍ଟନାୟକ , ପ୍ରଭାସ ବସନ୍ତ ରାୟ ବିଭିନ୍ନ ବାଦ୍ୟଯନ୍ତ୍ରରେ ସହ ଯୋଗିତା କରିଥିଲେ।
Sign in
Sign in
Recover your password.
A password will be e-mailed to you.