ମାଳତୀରୁ ଚେମ୍ବିଡ଼ି ଜଙ୍ଗଲକୁ ଚାଲିଗଲା ମହାବଳ, ମଇଁଷି ଛୁଆକୁ ମାରିଲା ସ୍କ୍ୱାଡ଼ ଟିମ ଙ୍କୁ ଦେଖି ଜଙ୍ଗଲକୁ ଚାଲିଗଲା.

0

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଗାଂଗାପୁର ବାନାଂଚଳର ମାଳତୀ ପାହାଡ଼ ଇଲାକାରେ ମହାରାଷ୍ଟ୍ର ମହାବଳ ବାଘ ଛ ଦିନ ହେବ ଗତିବିଧି ଜାରିରଖିଛି l ବନବିଭାଗ ଏଯାବତ ବାଘକୁ ଧରିବାକୁ ରାତିଦିନ ଏକ କରିଦେଇଥିଲେ ମଧ୍ୟ ବାଘକୁ ଧରି ପାରୁନି l ଗତ ମଧ୍ୟ ରାତ୍ର ସମୟରେ ମହାବଳ ଟି ବୋରି ସାଗର ନିକଟ ଡ଼ଙ୍ଗା ପଥର ଥଳି ନିକଟରେ ପୂର୍ବରୁ ବନବିଭାଗ ର ସ୍ୱତନ୍ତ୍ର ସ୍କ୍ୱାଡ଼ ବାନ୍ଧିଥିବା ମଇଁଶୀଛୁଆ ନିକଟକୁ ଆସି ମଇଁଷି ଛୁଆର ବେକକୁ ଧରି ନେଇଯିବାକୁ ଚେଷ୍ଟା କଲା କିନ୍ତୁ ବନ୍ଧlହୋଇଥିବା ମଇଁଶୀକୁ ନେଇପାରିନଥିଲା l ଏତିକି ବେଳେ ପ୍ରାୟ 50 ରୁ 60 ମିଟର ଦୂରରେ ଯନ୍ତା ଭିତରେ ଛକି ରହିଥିବା ସ୍କ୍ୱାର୍ଡ ବାହାରକୁ ବାହାରିବାକୁ ଚେଷ୍ଟା କରୁଥିବା ସମୟରେ ମହାବଳ ଟି କିଛି ସୁରକ ପାଇ ମଇଁଶୀକୁ ଛାଡି ଜଙ୍ଗଲ ଭିତରକୁ ଚାଲିଯାଇଥିଲା l ସେତେବେଳକୁ ମଇଁଷି ଟି ର ମୃତ ହୋଇସାରିଥିଲା l ମହାବଳ ଟି ଆଜି ମାଳତୀଜଙ୍ଗଲ ଛାଡି ଧରାକୋଟ ବ୍ଲକ ର ଝଡବନ୍ଧ ଓ ଡି ସିଙ୍ଗିପୁର ମଝିରେ ଥିବା ଚେମ୍ବିଡ଼ି ଜଙ୍ଗଲ କୁ ଚାଲିଯାଇଥିବା ଜଣାପଡ଼ିଛି l ଝlଡବନ୍ଧ ଅଂଚଳର ବିଶିଷ୍ଟ ବlଣୁଆ ରାମ କାନ୍ଧଙ୍କ କହିବା ପ୍ରକାରେ ମହାବଳକୁ ଗୋଟିଏ ଦିନ ପୁରା ଫ୍ରି ଛାଡିବା ଦରକାର ଯାହାଫଳରେ ସେ ସେହି ଇଲାକାରେ ନିରାପଦ ଭାବି ଦୂତୀୟ ଦିନ ସ୍କ୍ୱାଡ଼ଙ୍କ ଆମ୍ବୁସରେ ପଡିଯିବାର ସମ୍ଭାବନା ଅଛି. ମହାବଳକୁ ସବୁଦିନେ ଜଗିବା ଦ୍ଵାରା ସେ ମଣିଷ ବାସ୍ନାକୁ ଠଉରାଇ କିଛି ବିପଦଥିବାର ଅନୁମାନ କରି ପୁଣି ସେହି ପୁରୁଣା ଜାଗାକୁ ନ ଆସିପାରେ l ସେହିପରି ବୋରି ଜଙ୍ଗଲ ଓ ମାଳତୀ ପାହାଡ଼ ମଝିରେ ଥିବା ବେlଡା ସାପନାଗିଡି ଓ ସମ୍ବର କଟା ଘାଇ କୁ ବନ୍ୟଜନ୍ତୁ ପାଣି ପିଇବାକୁ ଆସନ୍ତି ଏ ଦୁଇ ଜାଗାରେ ମହାବଳକୁ ଧରିବାରେ ସହଜ ହୋଇପାରିବ ବୋଲି ପ୍ରକାଶ କରିଛି ବାଣୁଆ ରାମ କନ୍ଧ l ଶିମିଳିପାଳରୁ ଆସିଥିବା ସ୍ଵତନ୍ତ୍ର ବାଘ ଧରାଳି ସ୍କ୍ୱାଡ୍ ଙ୍କ ସମେତ ଗାଙ୍ଗପୁର, ଭଞ୍ଜନଗର ଏବଂ ମୁଜାଗଡ଼ ବନାଞ୍ଚଳର ଅଧିକାରୀ ଏବଂ କର୍ମଚାରୀମାନେ ବାଘକୁ ଧରିବା ପାଇଁ ଛ ଦିନ ହେବ ଜଗି ରହିଥିଲେ ମଧ୍ୟ ଗତ ରାତିରେ ଅଳ୍ପକେ ବାଘ ବନବିଭାଗ ହାତରୁ ଖସିଗଲା ବୋଲି ଅଂଚଳରେ ଆଲୋଚନା ହେଉଛି.l ଆଜି ସକାଳେ ଝlଡବନ୍ଦ ପଂଚାୟତ ଦିଗୀ ଗ୍ରାମ ନିକଟରେ ମହାବଳର ପାଦ ଚି଼ହ୍ନ ଠାଵ ହୋଇଥିବା ଜଣାପଡିଛି l ମହାବଳ ଟି ଛ ଦିନ ହେଲା ମାଳତୀ ଜଙ୍ଗଲ ଓ ଲାଠିପଡ଼ା ବନାଞ୍ଚଳର ତିନିଖଣ୍ଡିଆ ରଗଡା ଜଙ୍ଗଲ ଭିତରେ ଚକ୍କର କାଟୁଥିବା ବେଳେ ଶୁକ୍ରବାର ରାତିରେ ଚେମ୍ବିଡ଼ି ଜଙ୍ଗଳକୁ ଚାଲିଯାଇଥିବା ଜଣl ପଡ଼ିଛି l ଲାଠିପଡା, କୁଲାଙ୍ଗି, ଝlଡବନ୍ଧ, ମୁନିଗାଡ଼ି, ଗାଙ୍ଗପୁର, ସିଙ୍ଗିପୁର ଓ ଯାହାଡା ପଞ୍ଚାୟତର ପ୍ରାୟ 30 ରୁ ଉର୍ଧ୍ଵ ଗ୍ରାମର ଲୋକେ ସନ୍ଧ୍ୟାହେଲେ ଭୟରେ ବାହାରକୁ ବାହାରୁନଥିବା ବେଳେ କ୍ଷେତ୍ରୀୟବରପୁର ଠାରୁ କୁଲାଙ୍ଗି ରାସ୍ତା, ବୋରି ଠାରୁ ଝlଡବନ୍ଧ ସିଙ୍ଗିପୁର ରାସ୍ତା ଓ ଲାଠିପଡ଼ା ଠାରୁ ରଗଡା ତିନିଖଣ୍ଡିଆ ରାସ୍ତା ଶୂନଶାନ ହେଇଯାଉଛି l ମହାବଳ କୁ ଧରିବାକୁ ବନବିଭାଗ ତିନଟି ଟିମ କରିଥିବା ବେଳେ ଗୋଟିଏ ଗୋଟିଏ ଟିମରେ ଷୋହଳ ଜଣ ସ୍କ୍ୱାଡ଼ଙ୍କ ସହ ଜଣେ ବଣୁଆ ନିୟୋଜିତ ଅଛନ୍ତି l ମହାବଳ ର ଗତିବିଧିକୁ ଜାଣିବା ପାଇଁ ମାଳତୀ ଓ ବାଲିପାଟ ଗ୍ରାମ ଅଂଚଳରେ ନ ଟି ଟ୍ରାପ କେମେରା ଲାଗିଛି l ବାଘ ଧରିବାକୁ ଶିମିଳିପାଳରେ ବାଘ ଧରାଳି ଟିମ୍ ମାଳତୀକୁ ପ୍ରଥମ ଦିନ କୁକୁଡ଼ା ଏବଂ ଦ୍ୱିତୀୟ ଦିନ ବାଘର ଅଧାଖିଆ ବନ୍ୟଜନ୍ତୁ ଗୟଳକୁ ରଖି ବାଘକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବାଘ ବନ ବିଭାଗକୁ ଧରା ଦେଇନଥିଲା Iଜଙ୍ଗଲ ଭିତରେ ଗୟଳକୁ ବାଘ ମାରିଥିବା ନେଇ ଖବର ଜାଣିବା ପରେ ତା ଉପରେ କଡ଼ା ନଜର ରଖିଥିଲା ବନ ବିଭାଗ l ଅନ୍ୟତ୍ର ଜଙ୍ଗଲକୁ ଯାଇଥିବ ସେ ନେଇ ମଧ୍ୟ ସମସ୍ତ କର୍ମଚାରୀଙ୍କୁ ସଜାଗ ରହିବାକୁ କୁହାଯାଇଛି। କିନ୍ତୁ ଚତୁର୍ଥ ଦିନ 4 ଟି ମଇଁଷି ଛୁଆ କୁ କିଣିଆନି ବାଘକୁ ମଇଁଶୀଥୋପ କରାଯାଇଥିଲା l ତେବେ ଏସଂର୍ପକରେ ବିଭାଗୀୟ ଅଧିକାରୀ କୌଣସି ସୂଚନା ଦେବାକୁ ଅମଙ୍ଗ ହେଉଥିବା ବେଳେ ସବିଶେଷ ତଥ୍ୟ ଜଣାପଡୁନାହିଁ I ବିଭିନ୍ନ ସୂତ୍ରରୁ ମିଳିଥିବା ତଥ୍ୟ ପ୍ରକାରେ ଶିମିଳିପାଳରୁ ଆସିଥିବା ରାପିଡ୍ ରେସପନ୍ସ ଟିମ୍ ଛ ଟି ମଇଁଷି କିଣି ବାଘକୁ ଧରିବା ପାଇଁ ଜଙ୍ଗଲରେ ଚାରଟି ବାନ୍ଧି ରଖିବା ସହ ଯନ୍ତା ଧରି ବାଘର ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି I ଦିନବେଳା ମହାବଳ ଟି କୌଣସି ନିକାଞ୍ଚ ଜଙ୍ଗଲ କିମ୍ବା ଗୁମ୍ଫା ଭିତରେ ରହି ରାତ୍ର ନ ଟl ପରେ ବାହାରୁଥିବା ଅନୁମାନ କରାଯାଉଛି l ଜଙ୍ଗଲରୁ ବାଘ ଯେପରି ବାହାରକୁ ଚାଲି ନଯାଏ ସେଥିପ୍ରତି ବନବିଭାଗ ଜାଗ୍ରତ ରହିବା ସହ ଜଙ୍ଗଲକୁ ଚାରିପଟୁ ଆମ୍ବୁସ୍ କରି ରଖାଯାଇଛି I ବାଘକୁ ଧରିବା ପାଇଁ ଜଙ୍ଗଲ ବିଭାଗର ଆଖିରୁ ଏକ ପ୍ରକାର ନିଦ ହଜି ଯାଇଛି I ବନ ବିଭାଗର କର୍ମଚାରୀ ମାନେ ତିନୋଟି ଭାଗରେ ବିଭକ୍ତ ହୋଇ ମାଳତୀ ସମେତ ଏହାର ଆଖପାଖ ଜଙ୍ଗଲ ଉପରେ ମଧ୍ୟ କଡ଼ା ନଜର ରଖିଛନ୍ତି I ବନବିଭାଗ ସ୍ଥାନୀୟ ଲୋକଙ୍କୁ ଗୃହପାଳିତ ପଶୁଙ୍କୁ ଜଙ୍ଗଲକୁ ନଛାଡିବା ପାଇଁ ସତର୍କ ସୂଚନା ଦେଇଛନ୍ତି I

Leave A Reply

Your email address will not be published.