ଛିନ୍ଦେଇକେଲା ସର୍ବ ଭାରତୀୟ କ୍ରିକେଟ: ଫାଇନାଲରେ ନାଗପୁର କରିମ୍ ସ୍ପୋର୍ଟିଙ୍ଗ୍ ।

0

ପଦ୍ମପୁର/ନିଳ ଦୀପ -ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଛିନ୍ଦେଇକେଲା ମିନି ଷ୍ଟାଡିୟମରେ ଚାଲିଥିବା ୨୪ତମ ସର୍ବ ଭାରତୀୟ କ୍ରିକେଟ ପ୍ରତିଯୋଗିତା ସେମିଫାଇନାଲରେ ରାଞ୍ଚି ରେଲୱେ କୁ ହରାଇ ନାଗପୁର କରିମ୍ ସ୍ପୋର୍ଟିଙ୍ଗ୍ ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ସମିତି ସଭ୍ୟା ମିନାକ୍ଷୀ ହଂସ ଅତିଥି ଭାବେ ଯୋଗଦେଇ ଖେଳ ଆରମ୍ଭ କରିଥିଲେ। ନାଗପୁର ଦଳ ଟସ ଜିଣି ୨୭ ଓଭରରେ ସମସ୍ତ ଓକେଟ ହରାଇ ୧୭୦ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ରାଞ୍ଚି ରେଲୱେ ୨୫ଓଭରରେ ସମସ୍ତ ଓକେଟ ହରାଇ ୧୧୫ ରନ ସଂଗ୍ରହ କରି ୫୫ ରନରେ ପରାଜିତ ହୋଇଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ସୈଦାଗର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଗପୁର ଦଳର ଅଂକଳେଶ ସକୁରେଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଦେଇଥିଲେ। ଓସିଏ ଅମ୍ପାୟର ସଞ୍ଜୟ ନାୟକ ଓ ସୁଶାନ୍ତ ପାଣିଗ୍ରାହୀ ଖେଳ ପରିଚାଳନା କରୁଥିବା ବେଳେ ବୁନିଲ ସାହୁ ସ୍କୋରର ଥିଲେ। ପ୍ରହଲ୍ଲାଦ ଭୋଇ ଧାରାବିବରଣୀ ପ୍ରଦାନ କରିଥିଲେ। ଆସନ୍ତା କାଲି ଜାମସେଦପୁର ବନାମ ପୁରୀ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି।

 
 
 
Attachments area
 
 
 
Leave A Reply

Your email address will not be published.