ବିଜେପୁର/ସୁଶାନ୍ତ ସାହୁ: ବିଜେପୁର ବ୍ଲକ ପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପି. ଗଣ୍ଡପାଲି ଗ୍ରାମ ଅଙ୍ଗନବାଡି ହେଲପର୍ ଗୀତାଞ୍ଜଳୀ ମାଝୀ ନାମକ ଜଣେ ଅବିବାହିତା ଝିଅ ତାଙ୍କ ଗ୍ରାମର ୫୦ରୁ ଅଧିକ ମହିଳାମାନଙ୍କ ଠାରୁ ୯୦ ଲକ୍ଷ ଟଙ୍କା ହଡପ କରି ଗାଁ ଛାଡି ଛୁଟମମ୍ପଟ ମାରିବା ସକ୍ଷମ ହୋଇଛନ୍ତି l କିନ୍ତୁ ଉକ୍ତ ଗ୍ରାମର ମହିଳାମାନଙ୍କ କହିବା ଅନୁସାରେ ଗୀତାଞ୍ଜଳୀ ସେହି ମହିଳା ମାନଙ୍କ ନାମରେ ସ୍ୱତନ୍ତ୍ର ଫାଇନାନ୍ସ, ମୁଥୁର ଫାଇନାନ୍ସ, ଅଭିରାଲ ଫାଇନାନ୍ସ, ଅନ୍ନପୂର୍ଣ୍ଣା ଫାଇନାନ୍ସ, ଗ୍ରାମ ଶକ୍ତି ଫାଇନାନ୍ସ, ବେଷ୍ଟର ଫାଇନାନ୍ସ, କୋଟକ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ମିଲିତରେ ସେହି ଗ୍ରାମର ମହିଳା ମାନଙ୍କ ନାମରେ ଅଜାଣତରେ ନିଜେ ଟଙ୍କା ଉଠାଣ କରି ଭରଣ ପୋଷଣ କରିବା ପାଇଁ ଓ ମୁଁ ନିଜେ ସବୁ ଯାକ ଟଙ୍କା ସୁଝି ଦେବି କହି ଦୀର୍ଘ ୧ ସପ୍ତାହ ହେବ ଗାଁ ଛାଡି ଚାଲି ଯାଇଛି l ଉକ୍ତ ଗ୍ରାମର ମହିଳାମାନେ ସେହି ହେଲପର୍ ନାମରେ ଗତକାଲି ଥାନାରେ ଏକ ଅଭିଯୋଗ କରିଛନ୍ତି lବିଜେପୁର ଥାନାଧିକାରୀ ଧିରେନ୍ଦ୍ର କୁମାର ସ୍ୱାଇଁ ଉକ୍ତ ଅଭିଯୋଗକୁ ଗ୍ରହଣ କରି ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ଅଭିଯୋଗକାରୀଙ୍କୁ ଜଣାଇଛନ୍ତି।