ବରମୁଣ୍ଡା ଗ୍ରାମରେ ଜହ୍ନି ଓଷା

0

ବିଜେପୁର :ସୁଶାନ୍ତ ସାହୁ – ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ଗ୍ରାମରେ ଜହ୍ନି ଓଷା  ଆଶ୍ୱିନ ମାସର ପ୍ରଥମ ଦିନରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ  ଅତି ଆଡ଼ମ୍ବରପୂର୍ଣ୍ଣ ଭାବରେ  ପାଳନ ହୋଇଯାଇଛି ।ମାସସାରା ପ୍ରତି ଅପରାହ୍ନ ରେ ଜହ୍ନିଫୁଲ ଫୁଟିବା ପରେ ଜହ୍ନିଫୁଲକୁ ନେଇ ତୁଳସୀ ଚଉରା ମୂଳେ ଗ୍ରାମର କୁମାରୀ ଝିଅ ମାନେ ଆନନ୍ଦ ଉଲ୍ଲାସ ରେ ମାଁ ବୃନ୍ଦାବତୀଙ୍କୁ ଭକ୍ତିପୂର୍ଣ୍ଣ ଭାବେ ପୂଜାର୍ଚ୍ଚନା କରିଥିଲେ । ମାସର ଅନ୍ତିମ ଦିବସରେ ଜମଲା ସଂକୀର୍ତ୍ତନ ମଣ୍ଡଳୀ ଦ୍ଵାରା ହୋଇଥିବା ଭକ୍ତିରସାମୃତ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ରେ ଦର୍ଶକ ଭିଜି ଯାଇଥିଲେ l  ବରମୁଣ୍ଡା ଗ୍ରାମ ରେ ଏକ ସାଂସ୍କୃତିକ ପରିବେଶ ର ଲହରୀ ଖେଲିଯାଇଥିଲା।

Leave A Reply

Your email address will not be published.