କେନ୍ଦୁଭଟା ଠାରେ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା

0

ଗାଇସିଲେଟ: ବରଗଡ ଜ଼ିଲ୍ଲା ଗାଇସିଲେଟ ବ୍ଲକ କେନ୍ଦୁଭଟା ଠାରେ ଅଣ ଧାନ ଶସ୍ୟ ର ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଓଡିଶା ସରକାରଙ୍କ ଫସଲ ବିବିଧ କରଣ ଯୋଜନା କାର୍ଯ୍ୟକ୍ରମ କୃଷି ବିଭାଗ, ଉଦ୍ୟାନ ବିଭାଗ ଓ ଦେବଦତ୍ତ କ୍ଲବ ମିଳିତ ସହଯୋଗରେ ଜାମୁଟପାଲି, ହଳନକନାସି, କେନ୍ଦୁଭଟା, ଚଂଘରିଆ, ଗ୍ରିଣ୍ଡୋଳମାଳ ଓ ବୈଇତପାଲି ଗ୍ରାମ ମାନଙ୍କ ରେ କାର୍ଯ୍ୟକାରୀ କରାଯାଉଛି l ଏହି ଅବସରରେ ଉକ୍ତ ଗ୍ରାମ ମାନଙ୍କରେ ସଚେତନ ସୃଷ୍ଟି କରିବା ପାଇଁ ଜାମୁଟପାଲି କ୍ଲଷ୍ଟର ର ମହିଳା ମାନଙ୍କ ଦ୍ଵାରା ଖାଦ୍ୟ ପ୍ରସ୍ତୁତି ପ୍ରତି ଯୋଗିତା ଆୟୋଜନ କରାଯାଇଥିଲା l କାର୍ଯ୍ୟକ୍ରମ ରେ ମାଣ୍ଡିଆ ରେ ପ୍ରସ୍ତୁତ ବରା, ଲବଙ୍ଗ ଲତା, ଆରିସା ପିଠା, ପକୁଡି, ମଣ୍ଡା, ସୁଆଁଳି, ପିଠା ପ୍ରସ୍ତୁତ କରାଯାଇଥିଲା l କାର୍ଯ୍ୟକ୍ରମ ରେ ନାବାର୍ଡ ଡ଼ିଡ଼ିଏମ ବିବେକ କୁମାର ନାୟକ, ଉଦ୍ୟାନ ବିଭାଗ ର ଅତିରିକ୍ତ ଉଦ୍ୟାନ କୃଷି ଅଧିକାରିଣୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକ, କୃଷି ଗ୍ରାମସେବକ ଗିରିଶ ଚନ୍ଦ୍ର ସ୍ୱାଇଁ, ଦୀପକ କୁମାର ରଣା, ଦେବଦତ୍ତ କ୍ଲବ ସମ୍ପାଦକ କାହ୍ନୁଚରଣ ଚରଣ ମାଝୀ,ଯୋଗଦାନ କରି ଥିଲେ lଏହି ପ୍ରତିଯୋଗିତାରେ ଜାମୁଟପାଲି ମା ମଙ୍ଗଳା ମହିଳା ଦଳ ପ୍ରଥମ, ଶିବାନୀ ମହିଳା ଦଳ ଦ୍ୱିତୀୟ, ଏବଂ ବୁଢାରଜା ମହିଳା ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଦଳମାନଙ୍କୁ ସାଟିପିକେଟ ସହିତ ତାଙ୍କୁ ପୁରସୃତ କରାଯାଇଥିଲା l କାର୍ଯ୍ୟକ୍ରମ କୁ ବ୍ଲକ ସଂଯୋଜକ ଉମାକାନ୍ତ ସାହୁ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଦେବଦତ୍ତ କ୍ଲବ ର କର୍ମ କର୍ତ୍ତା ସହଯୋଗ କରିଥିଲେ

Leave A Reply

Your email address will not be published.