ଭଞ୍ଜନଗର ସହରର ଅଷ୍ଟଵେତାଳ ପୂଜା ଅନ୍ୟତ୍ର ଦେଖିବାକୁ ବିରଳ

0 1

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ସହରର ଅଷ୍ଟଵେତାଳ ପୂଜା ଅନ୍ୟତ୍ର ଦେଖିବାକୁ ବିରଳ। ଭଞ୍ଜନଗର ତହସିଲ କାର୍ଯ୍ୟାଳୟ ପକ୍ଷରୁ ଦୁର୍ଗାପୂଜା ଅବସରରେ ପ୍ରଥମେ ଏହି ପୂଜା ଆରମ୍ଭ ହୋଇଥିଲା। ଏହି ପୂଜା ଉକ୍ତ ସ୍ଥାନର ଅତି ପୁରାତନ ଅଟେ।
ବ୍ରିଟିଶ ଶାସନ କାଳରୁ ଘୁମୁସର ଅଞ୍ଚଳର ଏହା ପ୍ରଥମ ପୂଜା, କେହି କେହି ଏହାକୁ ଏଠାର ପ୍ରଥମ ଦୁର୍ଗାପୂଜା ଭାବେ ପରିଚିତ ଲାଭ କରିଛି ବୋଲି କହିଛନ୍ତି। ସେତେବେଳେ ଘୁମୁସର ତହସିଲ ଏକ ବିରାଟ ଭୁଖଣ୍ଡ ଥିଲା। ଏଥିରେ ସେହି ଅନୁଶାରେ ପାଖାପାଖି ଶତାଧିକ ମୈ।ଜା ରହିଥିଲା। ସେତେବେଳେ ଏହା ଘୁମୁସର ଭୁଖଣ୍ଡର ସବୁଠାରୁ ବଡ଼ ଉତ୍ସବ ଭାବେ ଏହି ଅଷ୍ଟଵେତାଳ ପୂଜା ବେସ୍ ଜଣାଶୁଣା ଥିଲା। ଚତୁର୍ଦୀଗ ନିଘଞ୍ଚ ବଣ ଜଙ୍ଗଲ ଘେରା ପାହାଡିଆ ଅଞ୍ଚଳ ଥିବାରୁ ସବୁ ବେଳେ ଭୟର ପରିବେଶ ମଧ୍ୟ ଥିଲା। ସେଥିନିମିତ୍ତ ନିଜର ସୁରକ୍ଷା ଦୃଷ୍ଟିରୁ ଏଠାରେ ଥିବା ଅଷ୍ଟଵେତାଳ ଙ୍କୁ ପୁଜା କରି ଦଣ୍ଡବତ ହୋଇ ସବୁ ନିଜ ନିଜର କାର୍ଯ୍ୟ ସୁଚାରୁ ରୁପେ ଓ ସୁରକ୍ଷିତ ଭାବେ ସମ୍ପାଦନ କରିପାରୁଥିଲେ ବୋଲି ସଭିଙ୍କ ବିଶ୍ଵାସ ଥିଲା। ମହାନବମୀ ତିଥିରେ ଭଞ୍ଜନଗର ସହରର ଚତୁର୍ଦିଗରେ ପ୍ରତି ଆର୍.ଆଇ ସର୍କଲ୍ ରୁ ବଛା ବଛା ଲୋକ ନୃତ୍ୟ ଓ ଲୋକକଳା ଏଠାରେ ପ୍ରଦର୍ଶିତ ହେଉଥିଲା। ତେବେ ସମୟାନୁକ୍ରମେ ତହସିଲ କାର୍ଯ୍ୟାଳୟ ସଙ୍କୁଚିତ ହେବାସହ ଏହି ପୂଜା ଉତ୍ସବ ମଧ୍ୟ ଧିରେ ଧିରେ ହ୍ରାସ ପାଇଯାଇଛି। ଏବେ କେବଳ ଅତିତର ଚଳନି ଓ ପରମ୍ପରା ସ୍ଵରୁପ ଏହି ପୂଜା ଅନୁଷ୍ଠିତ କରାଯାଉଛି।
ଇତିହାସ ରୁ ଜଣାଯାଏ ଯେ, ରାଜା ବିକ୍ରମାଦିତ୍ୟ ଅଷ୍ଟଵେତାଳ ପୂଜା ସାଧନା କରି ବିଭିନ୍ନ ସିଦ୍ଧି ଲାଭ କରି ବଳଶାଳୀ ଓ ପ୍ରଭାବ ବାନ୍ ହୋଇ ନିଜ ସୁଶାସନ ପ୍ରତିଷ୍ଠା କରିପାରିଥିଲେ। କିନ୍ତୁ ଏଠାରେ ମାଁ ମହାମାୟୀ ଅଷ୍ଟଵେତାଳ ମୁଣ୍ଡ ଧାରଣ କରି ପୂଜା ପାଉଛନ୍ତି। ଭଞ୍ଜନଗର ଏନ୍ ଏ ସି ଅଫିସ୍ ପାଖରେ ଥିବା ପବିତ୍ର ଲୋହରାଖଣ୍ଡି ନଦୀ ଶଯ୍ୟାରେ ନିତି ରିତି ସହ ପୂଜା ଅର୍ଚ୍ଚନା କରିବା ସହ ବିଭିନ୍ନ ବାଜା ବାଜଣା ବି ସେତେବେଳେ ବ୍ୟାଣ୍ଡ୍ ପାର୍ଟି ବଜାଇ ତହସିଲ କାର୍ଯ୍ୟାଳୟ କର୍ମଚାରୀମାନେ ମାଆକୁ ଆବାହନ କରି ଆଣିବା ପରେ ଏଠାରେ ମାଆଙ୍କ ପୂଜା ଆରମ୍ଭ ହୋଇଥାଏ। ମହାନବମୀ ତିଥିରେ ଏଠାରେ ରାତିସାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାପରେ ଦଶହରା ତିଥିରେ ମାଆଙ୍କ ଘଟ ବିସର୍ଜନ କରାଯାଇଥାଏ ବୋଲି ସ୍ଥାନୀୟ ତହସିଲଦାର ଉମାଶଙ୍କର ବେହେରା ମତ ଦେଇଛନ୍ତି। ଯଦି ଆମେ ଜଗନ୍ନାଥ ସଂସ୍କୃତିର ପୁରାଣ କୁ ଅବଲୋକନ କରିବା, ତେବେ ଦେଖିବା ଯେ, ମାଁ ମହାଲକ୍ଷ୍ମୀ ଚଣ୍ଡାଳ ବିଟାଳ ହୋଇ ଶ୍ରୀମନ୍ଦିର ରୁ ବାହାରି ଗଲା ପରେ, ଏହି ଅଷ୍ଟଵେତାଳ ଙ୍କ ସାହାଯ୍ୟରେ ମାଁ ଜଗତଜନନୀ ମାଁ ଲକ୍ଷ୍ମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଓ ବଡ଼ ଭାଇ ବଳିଆ ଙ୍କୁ ଦରିଦ୍ର କରିଦେଇଥିଲେ। ସେଥିପାଇଁ ପୁରାଣ ରେ ଅଷ୍ଟଵେତାଳ ସାଧନା କୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବରେ ମଧ୍ୟ ଵେବେଚନା କରାଯାଇଥିବା ଦେଖାଯାଇଛି।

Leave A Reply

Your email address will not be published.