ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ନିକଟରେ ‘ପ୍ରୋଜେକ୍ଟ ଉର୍ମି’ ପ୍ରଚଳନ କରିଛି । ଏହା ରାୟଗଡାର କାଶୀପୁର ବ୍ଲକ ଏବଂ କଳାହାଣ୍ଡିର ଥୁଆମୂଳ ରାମପୁର ବ୍ଲକରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟ ରଖୁଛି । ପ୍ରୋଜେକ୍ଟ ଉର୍ମି ତିନିବର୍ଷ ଅବଧି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ, ଯାହା ହଜାର ହଜାର ଜୀବନକୁ ସ୍ପର୍ଶ କରିବ ।
ଏହା ୪୦ଟି ଗ୍ରାମରେ ୫,୦୦୦ରୁ ଊଦ୍ଧ୍ୱର୍ ଗ୍ରାମବାସୀଙ୍କୁ ପରିସରଭୁକ୍ତ କରିବା ଲକ୍ଷ୍ୟ ରଖିଛି । ଏହାର ଆଭିମୁଖ୍ୟ ମଧ୍ୟରେ ଏହାର ଧାର୍ଯ୍ୟଲକ୍ଷ୍ୟ ଗୋଷ୍ଠୀଙ୍କର ସାମ୍ପ୍ରତିକ ସ୍ୱାସ୍ଥ୍ୟ ସ୍ଥିତି ସମ୍ପର୍କର ଆକଳନ କରିବାକୁ ମୂଳସ୍ତର, ମଧ୍ୟମ ସ୍ତର ଏବଂ ଶେଷ ସ୍ତର ଅନୁଧ୍ୟାନ ସାମିଲ ରହିଛି । ପ୍ରକଳ୍ପରେ କିଶୋରୀମାନଙ୍କର ଗୋଷ୍ଠୀ ଗଠନ ଏବଂ ନିର୍ଦ୍ଧିଷ୍ଟ ସ୍ୱାସ୍ଥ୍ୟ, ଶରୀର ରକ୍ଷା ଏବଂ ଜୀବନ ନିମନ୍ତେ ଆବଶ୍ୟକ କୋ÷ଶଳ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମଗୁଡିକର ରୂପାୟନ ଅନ୍ତର୍ଭୁକ୍ତ । ଏହା ବିଶେଷକରି କିଶୋରୀ ବାଳିକା, ମା’ ଏବଂ ଗର୍ଭବତୀ ମହିଳାଙ୍କୁ ପ୍ରଭାବିତ କରୁଛି ।
ଛଅମାସ ମଧ୍ୟରେ ଏହି ପ୍ରୋଜେକ୍ଟ ସଫଳତାର ସହିତ ୪୦ଟି କିଶୋରୀ କ୍ଲବ ଗଠନ କରିବା ସହିତ ଗୋଷ୍ଠୀ ନିୟୋଜନତା ଓ ସମର୍ଥନକୁ ପ୍ରୋତ୍ସାହନ ଯୋଗାଇ ଦେଉଛି । ଏହା ୩୭୫ ଜଣଙ୍କ କ୍ଷେତ୍ରରେ ସନ୍ତାନ ପୂର୍ବବର୍ତ୍ତୀ ଯନô (ଏଏନସି) ଏବଂ ୫୨୬ ପ୍ରସବ ପରବର୍ତ୍ତୀ ଯନô (ପିଏନସି) ସ୍ୱାସ୍ଥ୍ୟ ପଞ୍ଜିକରଣ ସୁନିଶ୍ଚିତ କରିଛି ଏବଂ ମା’ମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛି । ଏପର୍ଯ୍ୟନ୍ତ ୯୦୨ ଜଣ କିଶୋରୀ ବାଳିକା ଏବଂ ୫୮୨ ନବଜାତ ଶିଶୁଙ୍କୁ ଏହାର ପରିସରଭୁକ୍ତ କରାଯାଇସାରିଛି, ଯାହା ଜନସମୁଦାୟ ମଧ୍ୟରେ ଏହାର ପହଞ୍ଚକୁ ପ୍ରସାରିତ କରୁଥିବା ପ୍ରଦର୍ଶିତ କରୁଛି ।
ପ୍ରୋଜେକ୍ଟ ଉର୍ମିର ଏକ ଉଲ୍ଲେଖନୀୟ ସଫଳତା ହେଉଛି ଋତୁସ୍ରାବ ସମ୍ପର୍କିତ ସ୍ୱାସ୍ଥ୍ୟରକ୍ଷା ଉପରେ ଏହାର ଦୃଷ୍ଟିନିବଦ୍ଧତା, ଏହା କିଶୋରୀମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ୧୦୦ରୁ ସାନିଟାରୀ ନାପକିନ ବିତରଣ କରୁଛି । ଏଥିସହିତ ଏହି ପ୍ରୋଜେକ୍ଟ ୨୪୭ ଚିକିତ୍ସାଳୟରେ ସନ୍ତାନ ପ୍ରସବକୁ ସୁଗମ କରାଇଛି, ଯଦ୍ଧ୍ୱାରା ଉକ୍ତ ଅଞ୍ଚଳରେ ମାତୃତ୍ୱ ସ୍ୱାସ୍ଥ୍ୟ ଫଳାଫଳରେ ଉନ୍ନତି ଆଣିବା ନିମନ୍ତେ ନିଜର ପ୍ରତିବଦ୍ଧତାକୁ ଅଧିକ ସୁଦୃଢ କରୁଛି ।
ମା’ ଓ ଶିଶୁମାନଙ୍କର ପୁଷ୍ଟିଗତ ଆବଶ୍ୟକତା ପ୍ରତି ଦୃଷ୍ଟିଦେବା ପ୍ରୟାସରେ ଏହି ପ୍ରୋଜେକ୍ଟ ନବୋନ୍ମେଷୀ ସମାଧାନ ପ୍ରଚଳନ କରିବା ସହିତ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରମାନ ଆୟୋଜନ କରୁଛି । ଏହି ପ୍ରୟାସଗୁଡିକ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ଆକଳନ ଓ ଟିକାକଣର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରୁଛି । ପ୍ରୋଜେକ୍ଟ ଉର୍ମିର ଆକାଙ୍କ୍ଷିତ ଲକ୍ଷ୍ୟଗୁଡିକ ମଧ୍ୟରେ ୧୦୦ ପ୍ରତିଶତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ସନ୍ତାନ ପ୍ରସବ, ସମସ୍ତଙ୍କର ଟିକାକରଣ ସମ୍ପୂର୍ଣ୍ଣ କରିବା ଏବଂ ସାର୍ବଜନୀନ ଋତୁସ୍ରାବ ସମ୍ପର୍କିତ ସ୍ୱାସ୍ଥ୍ୟରକ୍ଷା ଅଭ୍ୟାସ ହାସଲ ଆଦି ଅନ୍ତର୍ଭୁକ୍ତ ।
ପ୍ରୋଜେକ୍ଟର ଅଶେଷ ପ୍ରଭାବ ସମ୍ପର୍କରେ ଆଲୋକପାତ କରି ଶ୍ରୀ ରବି ମିଶ୍ର, ୟୁନିଟ ହେଡ୍, ଉତ୍କଳ ଆଲୁମିନା କହିଛନ୍ତି, “ପ୍ରୋଜେକ୍ଟ ଉର୍ମି ଆମ ଜନ ସମୁଦାୟଙ୍କ ନିମନ୍ତେ ଆଶା ଓ ପ୍ରଗତିର ଏକ ଧ୍ୱଜାଧାରୀ ହୋଇଛି । ସ୍ୱାସ୍ଥ୍ୟର ମାନରେ ଉନ୍ନତି ଆଣିବା ନିମନ୍ତେ ଆମର ଉତ୍ସର୍ଗୀକୃତ ପ୍ରୟାସ କେବଳ ସଂଖ୍ୟା ଉପରେ ଆଧାରିତ ନୁହେଁ, ବରଂ ଜୀବନରେ ରୂପାନ୍ତରଣ ଆଣିବା ଉପରେ ଆଧାରିତ । ଆମେ କିଶୋରୀ, ମା’ ଏବଂ ପିଲାମାନଙ୍କ ନିମନ୍ତେ ଏକ ସୁସ୍ଥ ଏବଂ ଅଧିକ ସଶକ୍ତ ଭବିଷ୍ୟତ ନିର୍ମାଣ ନିମନ୍ତେ ପ୍ରତିବଦ୍ଧ ରହିଛୁ, ଏବଂ ବିଶ୍ୱାସ କରୁଛୁ ଯେ ଏକତ୍ରିତ ଭାବରେ ଆମେ ଆଗାମୀ ପିଢିଗୁଡିକର ସଶକ୍ତିକରଣ ଏବଂ କଲ୍ୟାଣ ନିମନ୍ତେ ଏକ ମୂଳଦୁଆ ନିର୍ମାଣ କରିପାରିବୁ । ସାମର୍ଥ୍ୟ ସୃଷ୍ଟିକାରୀ ପ୍ରୟାସସମୂହ, ତାଲିମ ପ୍ରଦାନକାରୀଙ୍କୁ ତାଲିମ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଜ୍ଞାନବର୍ଦ୍ଧନ କାର୍ଯ୍ୟକ୍ରମଗୁଡିକ ଜରିଆରେ ପ୍ରୋଜେକ୍ଟ ଉର୍ମି ତୃଣମୂଳ ସ୍ତରରେ ସମର୍ଥନକାରୀ ବ୍ୟବସ୍ଥାକୁ ମଜଭୁତ କରୁଛି । ଏହି ପ୍ରକଳ୍ପ ମଧ୍ୟ ଜନନୀ ସୁରକ୍ଷା ଯୋଜନା ଅଧୀନରେ ୧୦୦ ପ୍ରତିଶତ ଫାଇଦାର ସୁଯୋଗ ନେବାକୁ ସୁନିଶ୍ଚିତ କରିବା ଏବଂ ଏହାର ଧାର୍ଯ୍ୟଲକ୍ଷ୍ୟ ଗ୍ରାମଗୁଡିକରେ ଶୂନ୍ୟ ନବଜାତ ଓ ମାତୃ ମୃତୁ୍ୟ ଲକ୍ଷ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି,” ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ୟୁଏଆଇଏଲର ପ୍ରୟାସଗୁଡିକୁ ପ୍ରଶଂସା କରି କାଶୀପୁର ବ୍ଲକର ଅତିରିକ୍ତ ବିଡିଓ ଶ୍ରୀମତୀ ପଦ୍ମିନୀ କହଁର କହିଛନ୍ତି, “ପ୍ରୋଜେକ୍ଟ ଉର୍ମି ଉତ୍କଳ ଆଲୁମିନାର ସାମାଜିକ ଦାୟିତ୍ୱବୋଧ ଓ ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ଉତ୍ସର୍ଗୀକୃତ କାର୍ଯ୍ୟର ଏକ ଜ୍ୱଳନ୍ତ ଉଦାହରଣ ହୋଇଛି, ଯାହା ଏହା ସେବା ଯୋଗାଉଥିବା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣରେ ବୃଦ୍ଧି ଘଟାଇବା କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ହୋଇଛି । ତେଣୁ ଆମର ସମସ୍ତ ଅଙ୍ଗନବାଡି କର୍ମଚାରୀ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପକ୍ଷରୁ ଏହିଭଳି ମହତ୍ ପ୍ରୟାସଗୁଡିକରେ କମ୍ପାନୀ ପ୍ରତି ସମର୍ଥନ ଓ ସହଯୋଗ ସର୍ବଦା ଅତୁଟ ରହିବ ବୋଲି ଶ୍ରୀମତୀ କହଁର କହିଥିଲେ ।
ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଆଦିବାସୀ ଅଧୁ୍ୟଷିତ ଆଭ୍ୟନ୍ତରୀଣ ଅଞ୍ଚଳରେ ସାମାଜିକ-ଅର୍ଥନୈତିକ କଲ୍ୟାଣ ଏବଂ ଜୀବନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ରତିବଦ୍ଧତ ରହିଛି । ୟୁଏଆଇଏଲର ସମସ୍ତ ପ୍ରକଳ୍ପଗୁଡିକ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଆଦିତ୍ୟ ବିର୍ଲା ସେଣ୍ଟର ଫର କମୁ୍ୟନିଟି ଇନିସିଏଟିଭସ୍ ଆଣ୍ଡ ରୁରାଲ ଡେଭଲପମେଣ୍ଟ ମାର୍ଗଦର୍ଶନରେ କାର୍ଯ୍ୟକାରୀ କରାଯାଉଛି । ଉତ୍କଳ ନିୟୋଜନତା ଓଡ଼ଇଶାର ୨୫ଟି ଗ୍ରାମ ପଞ୍ଚାୟତର ୨୩୨ଟି ଗ୍ରାମ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି । ୟୁଏଆଇଏଲ ୟୁଏନଏସଡିଜି ଆଧାରରେ ଶିକ୍ଷା, ସ୍ୱାସ୍ଥ୍ୟଯନô, ଦୀର୍ଘସ୍ଥାୟୀ ଜୀବିକା, ଗ୍ରାମାଞ୍ଚଳ ଭିତ୍ତିଭୂମି ଏବଂ ସେମାନଙ୍କର ସାମାଜିକ-ଅର୍ଥନୈତିକ ସମସ୍ୟା ଆଦି ୫ଟି ପ୍ରମୁଖ କ୍ଷେତ୍ର ପ୍ରତି ଦୃଷ୍ଟିଦେଇ ୨,୦୧,୦୦୦ରୁ ଅଧିକ ଲୋକଙ୍କ ଜୀବନକୁ ସମୃଦ୍ଧ କରୁଛି ।