ପଦ୍ମପୁର :- ସ୍ଥାନୀୟ ରାଜବାଟୀ ପଡ଼ିଆ ଶାରଦୀୟ ରଙ୍ଗମଞ୍ଚ ରେ ରଞ୍ଜିତା କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି। ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଶ୍ରୀ ପ୍ରତାପ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ସ୍ଥାନୀୟ ଥାନା ଅଧିକାରୀ ଶ୍ରୀମତୀ ମମତା ନାୟକ ଯୋଗ ଦେଇଥିଲେ ଓ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ଆନୁଷ୍ଠାନିକ ଭାବରେ ଘୋଷଣା କରିଥିଲେ ଓ ପରେ ଉପ ଜିଲ୍ଲାପାଳ ସୁଶ୍ରୀ ସ୍ନେହା ଅରଗୁଲା ରାମଲୀଳା ନାଟ୍ୟଧାରାର ଶୁଭ ଉଦ୍ଘାଟନ କରିଥଲେ। ସଭାରେ ଉପସଭାପତି ଶ୍ରୀ ଅଜିତ ଶତପଥୀ, ସମ୍ପାଦକ ଶ୍ରୀ ଯୁଗଳ କିଶୋର ସାହୁ, ଶ୍ରୀ ଅଚ୍ୟୁତା ନନ୍ଦ ସେଠ୍, ଶ୍ରୀ ସନ୍ତୋଷ ମହାନ୍ତି, ଶ୍ରୀ ପ୍ରମୋଦ ନାଥ, ଶ୍ରୀ ସଞ୍ଜୀବ ବହିଦାର, ଶ୍ରୀ ରାଜେନ୍ଦ୍ର ମହାନ୍ତି,ଶ୍ରୀ ରାଜେଶ ଗୁର୍ଲା , ଶ୍ରୀ ରମେଶ ଗୁର୍ଲା ଓ ଶ୍ରୀ ବିଜୟ ଦାନୀ ଉପସ୍ଥିତ ଥିଲେ। ନୃସିଂହ କଳାପରିଷଦ ବରପଦର୍ ର ଶ୍ରୀ ନିର୍ମଳ ମେହେର ଓ ସାଥୀ କଳାକାର ମାନେ କୁବେର ଦରବାର ଆରମ୍ଭ ପୂର୍ବକ ଚାରିଦିନ ଧରି ଚାଲିବାକୁ ଥିବା ରାମଲୀଳା ନାଟ୍ୟଧାରାରେ ନାଟ୍ୟାଭିନୟ କରିଥଲେ। ପ୍ରଥମ ଦିନ କୁବେରଙ୍କୁ ଗାଦିଚ୍ୟୁତ ପୂର୍ବକ ରାବଣର ରାଜ ସିଂହାସନ ଆରୋହଣ ଅଭିନୀତ ହୋଇଥିଲା। ଦରବାରରେ କଟକରୁ ଆସିଥିବା ଷ୍ଟାରଡାନ୍ସ ଗ୍ରୁପର କଳାକାରମାନେ ଶ୍ରୀ ଋଷୀକେଶ ସାହୁ (ବାବଲୁ) ଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଚମତ୍କାର ନୃତ୍ୟ ପ୍ରଦର୍ଶନ କରିଥିଲେ। ନାଟ୍ୟଧାରା ରେ କୁବେର ଭୂମିକାରେ ମହାରାଜ ଝସକେତନ ମେହେର ଓ ରାବଣ ଭୂମିକାରେ ମହାରାଜ ନିର୍ମଳ ମେହେରଙ୍କ ଅଭିନୟ ଏବଂ ନୃତ୍ୟକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.