ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଙ୍କ କାର୍ଯ୍ୟାଳୟ ଅଧୀନ ରେ ଥିବା ତାଲୁକ ଲିଗାଲ ସହାୟତା କମିଟି ଦ୍ୱାରା ବିଶ୍ୱ ମାନସିକ ଦିବସ ଅନୁଷ୍ଠିତ ହୋଇ ଯାଇଛି
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶେଖ ମହମ୍ମଦ କଇସି ଯୋଗ ଦେଇ ଥିବା ବେଳେ ଅତିଥି ଭାବେ ଗୁଣୁପୁର ସଦର ହସ୍ପିଟାଲ ର ସୁପରିଟେଣ୍ଡେଣ୍ଟ ଡ଼କ୍ଟର ରମେଶ ସାହୁ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଚିବ ପ୍ରମୋଦ କୁମାର ସାହୁ ଡ଼କ୍ଟର ପ୍ରଦିପ ପଣ୍ଡା ବରିଷ୍ଠ ଓକିଲ ଉମା ପଟନାୟକ ଗୁଣୁପୁର ବାର ଆସୋସିଏସନ ର ସଭାପତି ଦେବି ଆଚାର୍ଯ୍ୟ ସହ ସମ୍ପାଦକ ସୁରଜ ପାତ୍ର ରମେଶ ଲିମା ଯୋଗ ଦେଇ ବିଶ୍ୱ ମାନସିକ ଦିବସ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ଥିଲେ
ଏହି କାର୍ଯ୍ୟକ୍ରମ କୁ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଚିବ ପ୍ରମୋଦ କୁମାର ସାହୁ ପରିଚାଳନା କରିଥିବା ବେଳେ ଧନ୍ୟବାଦ ସଦର ହସ୍ପିଟାଲ ର ଜିତେନ୍ଦ୍ର ତ୍ରିପାଠୀ ଦେଇଥିଲେ
ଏହି କାର୍ଯ୍ୟକ୍ରମ ରେ ସଦର ହସ୍ପିଟାଲ ର ସମସ୍ତ ଡ଼କ୍ଟର ପାରା ମେଡିକାଲ ଷ୍ଟାଫ ଯୋଗ ଦେଇ ଥିଲେ
ଏହି କାର୍ଯ୍ୟକ୍ରମ କୁ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଙ୍କ କାର୍ଯ୍ୟାଳୟ ର ପ୍ରିୟଦର୍ଶିନୀ ଗୌଡ଼ ଏବଂ ଶରତ କୁମାର ରାଉତରାୟ ସହଯୋଗ କରିଥିଲେ