ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ , ପାରଳାଖେମୁଣ୍ଡି ନଗର ପକ୍ଷରୁ ବିଜୟା ଦଶମୀ ଉତ୍ସବ କାର୍ଯ୍ୟକ୍ରମ ପାଳିତ

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ଗୁରୁବାର ଦିନ) ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ , ପାରଳାଖେମୁଣ୍ଡି ନଗର ପକ୍ଷରୁ ବିଜୟା ଦଶମୀ ଉତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀ ସୁମନ୍ତ ପଣ୍ଡା ଉପସ୍ଥିତ ରହି ରାଷ୍ଟ୍ର ସେବାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଅବଦାନ ବିଷୟରେ ଆଲୋକପାତ କରିଥିଲେ ଏବଂ ସଂଘର ଶତବାର୍ଷିକୀ ଉପଲକ୍ଷେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଏହାର ବିସ୍ତାର କିପରି ହୋଇପାରିବ , ଏଥିପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ ଦାସ , ବିଭାଗ ସହ-ସଂଘ ଚାଳକ ଶ୍ରୀ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହିଥିଲେ।
ଏହି ବର୍ଗରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ସ୍ବୟଂ ସେବକ ମାନେ ଉପସ୍ଥିତ ରହି ବିଭିନ୍ନ ଶାରୀରିକ କୌଶଳ ପ୍ରଦର୍ଶନ କରିଥିଲେ। ଏହି ଦିନ ବାଳକ ଓ କିଶୋର ସ୍ବୟଂ ସେବକ ମାନଙ୍କୁ ନେଇ ତିନି ଦିନ ଧରି ଚାଲିଥିବା ସଂଘର ପ୍ରାରମ୍ଭିକ ବର୍ଗର ସମାପନ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ସଂଘର ସ୍ବୟଂ ସେବକ ବୃନ୍ଦ , ରାଷ୍ଟ୍ରୀୟ ସ୍ଵୟଂସେବିକା ସଂଘର ସ୍ଵୟଂ ସେବିକା ବୃନ୍ଦ ତଥା ସଂଘ ଶୁଭେଚ୍ଛୁ ମାନେ ଯୋଗଦେଇଥିଲେ।

Leave A Reply

Your email address will not be published.