ମାନସିକ ଅନଗ୍ରସ “ନିୟତି” ବିଦ୍ୟାଳୟ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନସିକ ଅନଗ୍ରସ “ନିୟତି” ବିଦ୍ୟାଳୟ ପରିସରରେ ଆଜି (ଗୁରୁବାର) ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି।
ବିଦ୍ୟାଳୟର ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ DlAS ଶ୍ରୀ ବିମଳ ରାଉତ ମହୋଦୟ ଯୋଗ ଦେଇ ପିଲାମାନଙ୍କ ସ୍ବାସ୍ଥ୍ୟବିଷୟରେ କହିଥିଲେ। ଶ୍ରବଣଶକ୍ତି ଏବଂ କହିବା ଶକ୍ତି ଉପରେ ବହୁତ୍ ସୁନ୍ଦର ଭାବରେ ବୁଝାଇଥିଲେ।
ନିୟତି ବିଦ୍ୟାଳୟର ସମ୍ପାଦିକା ଶ୍ରୀମତି ତନୁଜା ଶତପଥି ପିଲାମାନଙ୍କ ମଙ୍ଗଳ କାମନା କରିଥିଲେ। ସେ କହିଥିଲେ ସମର୍ଥ ଅଛନ୍ତି ପିଲାମାନେ ବହୁତ୍ କିଛି ଆଗକୁ କରିପାରିବେ।
ଭୌତିକ ଚିକିତ୍ସା ଡ୍ ଅରୁଣ କୁମାର ନାୟକ ଯୋଗ ଦେଇ ଭୌତିକ ଚିକିତ୍ସା ଉପରେ କହିଥିଲେ।
ଏହି କାର୍ଯ୍ୟକ୍ରମକୁ ଜୋତ୍ସା ଡାକୁଆ , ଏସ୍.ଜୟାମା , ସୁନିତ ଗମାଙ୍ଗ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅରୁଣ ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।