ଆନ୍ତରାଜ୍ୟ ଫୁଟବଲ ଟୂନ୍ନାମେଣ୍ଟ : ୨୨ ନମ୍ବର ଜିଲାପରିଷଦ ଫୁଟବଲ ଟିମ ଚାମ୍ପିୟନ 

10

ବାରିପଦା(ଦିଲ୍ଲୀପ ମହାନ୍ତି)  ଷ୍ଟେସନ ଏଥଲେଟିକ କ୍ଲବ ଆନୁକୁଲ୍ୟରେ  ଷ୍ଟେସନ ପଡିଆଠାରେ ପାଞ୍ଚଦିନ ବ୍ୟାପି ଚାଲିଥିବା ଆନ୍ତରାଜ୍ୟ ଫୁଟବଲ ଟୂନ୍ନାମେଣ୍ଟର  ଅନ୍ତିମ  ଦିବସରେ ପ୍ରଥମ ସେମିଫାଇନାଲ ମ୍ୟାଚରେ ଲକ୍ଷ୍ମୀପୋଷି ଦଳ ଝଙ୍କାର ଫୁଟବଲ ଟିମ କୁ ୨-୦ ଗୋଲରେ ପରାସ୍ତ କରି ଫାଇନାଲ ରେ ପ୍ରବେଶ କରିଥିବାବେଳେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ୨୨ ନମ୍ବର ଜିଲା ପରିଷଦ ଫୁଟବଲ ଟିମ ଶଙ୍ଖାଭଙ୍ଗା ଫୁଟବଲ ଟିମକୁ ୨-୧ ଗୋଲରେ ପରାସ୍ତ କରି ଫାଇନାଲ ରେ ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚରେ ୨୨ ନମ୍ବର ଜିଲା ପରିଷଦ ଫୁଟବଲ ଟିମ ଲକ୍ଷ୍ମୀପୋଷୀ ଫୁଟବଲ ଟିମକୁ ୨-୦ ଗୋଲରେ ପରାସ୍ତ କରି ଚାମ୍ପିୟନ  ହୋଇଥିଲା । ଏହି ଉଦ୍ୟାପନୀ ଦିବସ ମୁଖ୍ୟ ଅତିଥିଭାବେ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି , ସମ୍ମାନୀତ ଅତିଥି ଭାବେ ଆଦିବାସୀ ଉନ୍ନୟନ ପରିଷଦର ଅଧକ୍ଷ୍ୟ ଦେବାଶିଷ ମାରାଣ୍ଡି , ଉପନଗରପାଳ ଜୀତେନ୍ଦ୍ର ମହାନ୍ତି ,ସୋନାଚାନ୍ଦି ଅଧକ୍ଷ ଅରୂପ କୁମାର ଦାସ ,ଷ୍ଟେସନ ଏଥଲେଟିକ କ୍ଲବର ସଭାପତି ଗିରୀଶ ଚନ୍ଦ୍ର ଦାସ , ସଂପାଦକ ଶିବଶଙ୍କର ପଟ୍ଟନାୟକ ,କୋଷାଧକ୍ଷ ବିନୋଦ କୁମାର , ସେକ ହସିବୁଲି ଆଲାମ , କାଉନସିଲର ସରୋଜ ମହାପାତ୍ର , ରଘୁନାଥ ବାସ୍କେ ପ୍ରମୁଖ ଯୋଗଦେଇ ଚମ୍ପଆନ ଦଳକୁ ନଗଦ ରାଶି ଏକ ଲକ୍ଷ ଟଙ୍କା , ରନର୍ସ ଦଳକୁ କୁ ସତୁରି ହଜାର ଟଙ୍କା , ତୃତୀୟ ବିଜେତା ଦଳକୁ ପଚିଶ ହଜାର ଟଙ୍କା ଏବଂ ଚତୁର୍ଥ ବିଜୟ ଦଳକୁ କୋଡିଏ ହଜାର ଟଙ୍କା ନଗଦ ରାଶି ସହ  ଟ୍ରଫି ପ୍ରଦାନ କରିଥିଲେ ।

 

Leave A Reply

Your email address will not be published.