ବଦଳିବ ଆଣ୍ଡାମାନ ଦ୍ଵୀପପୁଞ୍ଜର ଦ୍ଵୀପଙ୍କ ନାମ, ୩୦ରେ ପ୍ରଧାନମନ୍ତ୍ରୀ କରିବେ ଘୋଷଣା

18

 ଭୁବନେଶ୍ୱର( ଗିରିଜା ଶଙ୍କର ଦାଶ)

ନେତାଜୀ ସୁଭାଷ ବୋଷଙ୍କ ନେତୃତ୍ୱାଧୀନ ଆଜାଦ ହିନ୍ଦ ଫୌଜ ଜାପାନୀଙ୍କ ସହ ମିଶି  ବ୍ରିଟିଶ ଫୌଜଙ୍କୁ ପରାସ୍ତ କରି ଡିସେମ୍ବର ୩୦ ତାରିଖ ୧୯୪୩ରେ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜକୁ ଦାଖଲକୁ ନେଇଥିଲେ | ସେହି ସମୟରେ ନେତାଜୀ ଆଣ୍ଡାମାନ ନିକୋବର ଆଇଲାଣ୍ଡସର ନାମ ସ୍ୱରାଜ ଆଇଲାଣ୍ଡସ ଘୋଷଣା କରିଥିଲେ |  ଏହି ବିଜୟର ୭୫ ତମ ବର୍ଷପୂର୍ତ୍ତି  କାର୍ଯ୍ୟକ୍ରମ ଉପଲକ୍ଷେ ଡିସେମ୍ବର ୩୦ ତାରିଖରେ ପୋର୍ଟ ବ୍ଲେୟାର ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଆଣ୍ଡାମାନ ଦ୍ଵୀପପୁଞ୍ଜର କେତେକ ଦ୍ବୀପର ନାମ ପରିବର୍ତ୍ତନ ଘୋଷଣା କରିବେ |  ଆଣ୍ଡାମାନ  ଓ  ନିକୋବରର  ରସ  ଆଇଲାଣ୍ଡକୁ  ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଇଲାଣ୍ଡ , ନେଲ ଆଇଲାଣ୍ଡକୁ ଶହୀଦ  ଦ୍ବୀପ  ଓ ହାଭେଲକ ଆଇଲାଣ୍ଡକୁ ସ୍ୱରାଜ ଦ୍ବୀପ ଭାବେ ଘୋଷଣା କରିବେ ବୋଲି ଜଣାଶୁଣା ସାମାଜିକ ଓ ରାଜନୈତିକ ଚିନ୍ତକ ତଥା ଶ୍ରୀମତୀ ନନ୍ଦିନୀ ଶତପଥୀ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ସୁପର୍ନ୍ନୋ ଶତପଥୀ ଏକ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି | ସେହିଦିନ ସେଠାରେ ନିର୍ମିତ ୧୫୦ ମିଟର ଉଚ୍ଚ ପୋଷ୍ଟ ଉପରୁ ଜାତୀୟ ପତାକା ଉତ୍ତୋଳନ କରିବା ସହ ସ୍ମାରକୀ ଡାକ ଟିକଟ ଓ ଏକ ମୁଦ୍ରା ମଧ୍ୟ ଲୋକାର୍ପଣ କରିବେ | 

Leave A Reply

Your email address will not be published.