ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ୧୦ ଦଫା ଦାବି ନେଇ ୨ ଦିନ ହବ ଧାରଣା ଦେଉଛନ୍ତି । ଏହି ଧାରଣା ଗତ ଦୁଇ ଦିନ ହେବ ଜାରି ରହିଛି । ସେମାନଙ୍କ ମୁଖ୍ୟ ଦାବି ହେଲା ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନଙ୍କ ଛଅ ବର୍ଷରୁ ଚୁକ୍ତିଭିତିକ କାର୍ଯ୍ୟକାଳ ସମୟରେ ସୀମାକୁ ମିଶାଇ ଉନ୍ନତି ଦେବା ସହ ସରକାରୀ ଆର୍ଥିକ ସହାୟତା ଷୋହଳ ବର୍ଷରୁ ଉର୍ଦ୍ଧ କାର୍ଯ୍ୟ କରୁଥିବା ନର୍ସିଂ ଦୁଇଟି ପୋଦନ୍ନତି ଭଳି ଦଶଟି ଦାବି ରଖିଛନ୍ତି । ଗତ ଦୁଇ ଦିନ ହେବ ନର୍ସିଂ ଅଫିସରମାନେ ହସ୍ପିଟାଲ ସାମ୍ନାରେ ନର୍ସିଂ ଅଫିସର ମାନେ ଧାରଣାରେ ଯୋଗ ଦେଉଥିବାରୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ଠାରେ ରୋଗୀମାନେ ଠିକ ସମୟରେ ସ୍ୱାସ୍ଥ୍ୟ ସେବା ପାଇ ପାରୁନାହାନ୍ତି । ତେଣୁ ରୋଗୀଙ୍କ ଅସୁବିଧା ଭୋଗିବା ସହ ଦୁଃଖ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ନର୍ସିଂ ଅଫିସରଙ୍କ ଦାବୀ ପ୍ରତି ଗୁରୁତ୍ବ ଦେବା ଅନୁରୋଧ କରିଛନ୍ତି ରୋଗୀ l ଧାରଣାରେ ବସିଥିବା ନର୍ସିଂ ଅଫିସର ଦାବି ପୂରଣ କରି ଦେଲେ ନିଜ ନିଜ କାର୍ଯ୍ୟରେ ଯୋଗ ଦେଇ ରୋଗୀଙ୍କୁ ଚିକିଶ୍ଚିତ କରିପାରିବେ ବୋଲି ମତ ରଖିଛନ୍ତି ଜନସାଧାରଣ । ଏହା ମଧ୍ୟ୍ୟ ନର୍ସିଂ ଅଫିସର କହିଛନ୍ତି ଯେ ପୂର୍ଵ ସରକାର ଆମର ଦାବି ପୂରଣ କରିପାରିନାହାନ୍ତି l ତେଣୁ ଏହି ସରକାର ଦାବୀ ପୁରଣ କରିବେ ବୋଲି ଆଶାପ୍ରକାଶ କରୁଥିବା କହିଛନ୍ତି ନର୍ସିଂ ଅଫିସର ।
Sign in
Sign in
Recover your password.
A password will be e-mailed to you.
Next Post