ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ

10

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ ): ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମାଠାରେ ଆଜି ପାଳିତ ହୋଇଯାଇଛି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ। ଏହି ଅବସରରେ ପ୍ରାତଃ ସହର ମଧ୍ୟରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ୍ ପରିବେଷଣ କରାଯାଇଥିଲା। ସହର ମଧ୍ୟରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସେହିଭଳି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମଧ୍ୟ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲା ପ୍ରଶାସନ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଏବଂ ଗାନ୍ଧିଜୀ ଙ୍କ ସ୍ମୃତିଚାରଣ କରାଯାଇଥିଲା।

ଏହି ଅବସରରେ ସ୍ଥାନୀୟ ସଦଭାବନା ଭବନ ଠାରେ ଏକ ସାଧାରଣ ସଭା ଆୟୋଜନ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସର୍ବଧର୍ମ ପ୍ରାର୍ଥନା କରାଯାଇ ପବିତ୍ର ଗୀତା, କୋରାନ, ବାଇବେଲ, ଗୁରୁଗ୍ରନ୍ଥ ସାହିବରୁ କିଛି ବାଣୀ ଉଚ୍ଚାରଣ କରାଯାଇ ସମାଜରେ ସତ୍ୟ ଅହିଂସା, ଭାତୃତ୍ୱ ଭାବର ବାର୍ତ୍ତା ପ୍ରଦାନ କରାଯାଇଥିଲା। ଶ୍ରୀ ଗଣେଶ ତ୍ରିପାଠୀ ଭାଗବତ ଗୀତାରୁ କିଛି ପଂକ୍ତି ଆବୃତ୍ତି କରିଥିଲେ। ସେହିଭଳି ଜନାବ ମୁକ୍ତାର ଅହମ୍ମଦ କୋରାନ, ଗୁରୁ ରବିନ୍ଦର୍ କୌର ପବିତ୍ର ଗୁରୁଗ୍ରନ୍ଥ ସାହିବ ଏବଂ ରେଭ ହାଲାନ ମୁଣ୍ଡୁ ହଲି ବାଇବେଲ ପାଠ କରିଥିଲେ ଏବଂ ଗାନ୍ଧିଜୀ କିଭଳି ସତ୍ୟ, ଅହିଂସା, ଶାନ୍ତି, ସମାନୁବର୍ତ୍ତିତା ଆଦି ଧର୍ମ ପାଳନ ଦ୍ଵାରା ଆମ ଦେଶ ଇଂରେଜ ମାନଙ୍କ କବଳରୁ ମୁକ୍ତ କରାଇଥିଲେ ତାହା ଉପରେ ଆଲୋଚନା କରିବା ସହିତ ସମସ୍ତେ ମହାତ୍ମାଙ୍କ ସେହି ପଥ ଅନୁସରଣ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ।

ପରେ ପରେ ଜିଲ୍ଲାସ୍ତରୀୟ ଗାନ୍ଧିଜୀ ଜୟନ୍ତୀ ଅବସରରେ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗୀତ, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ର ମାନଙ୍କୁ ପୁରଷ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୂରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ,ସଦର ଉପଜିଲ୍ଲାପାଳ ତେଜସ୍ଵୀନି ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସାରଙ୍ଗଧର ବରିହା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ବରିଷ୍ଠ ନାଗରିକ ସଂଘ, ଅବସରପ୍ରାପ୍ତ ବରିଷ୍ଠ ନାଗରିକ ସଂଘର ବହୁ ସଦସ୍ୟ, ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.