ବାଣପୁର(ସେକ କୌସର ) ସମଗ୍ର ଶିକ୍ଷା ପ୍ରାଧୂକରଣ ଓଡିଶା ଙ୍କ ନିର୍ଦ୍ଦେଶାନୁସାରେ ବାଣପୁର ବ୍ଲକ ଅନ୍ତର୍ଗତ ବାନାମ୍ବର କ୍ଲଷ୍ଟର, ଭୀମପୁର ସୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାନହନ୍ତିଆଡ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ହୋତା ଙ୍କ ଦ୍ବାରା ଉଦଘାଟିତ ହୋଇ ଅଠର ଗୋଟି ବିଷୟରେ କ୍ଲଷ୍ଟରସ୍ତୁ ସମସ୍ତ ବିଦ୍ୟାଳୟ ର ବିଦ୍ୟାଳୟ ସ୍ତରୀୟ କୃତି ଏକଶହ ଛ ପ୍ରତିଯୋଗୀଙ୍କ ମଧ୍ୟରେ ଭିନ୍ନ ଭିନ୍ନ ବିଭାଗ ରେ ପ୍ରତିଯୋଗୀତା ସମ୍ପନ୍ନ ହୋଇଯାଇଛି । ପୁରସ୍କାର ବିତରଣ ସଭାରେ ସଭାପତି ଭାବେ କ୍ଲଷ୍ଟର ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଧା କୃଷ୍ଣ ଗଡ଼ନାୟକ ସଭାପତିତ୍ଥ କରିଥିଲାବେଳେ, ମୂଖ୍ୟ ଅତିଥି ଭାବେ ବାଣପୁର ଗୋଷ୍ଠୀ ଶିକ୍ଷାଧୁକାରୀଣୀ ଶ୍ରୀମତୀ ସିଂ ଏଚ୍ ବିଜୟଲକ୍ଷ୍ମୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ ।ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ସାଂସ୍କତ୍ମିକ ପ୍ରତିଯୋଗିତା ବିଭାଗରେ ଲୋକନୃତ୍ୟ ଘୋଡ଼ା ନାଚ ପରିବେଷଣ କରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବେତୁଲି ର ପ୍ରତିଯୋଗି ମାନେ ଶ୍ରେଷ୍ଠ ବିବେଚିତ ହୋଇ ବ୍ଲକ ସ୍ତରକୁ ପ୍ରେରିତ ହୋଇଥିଲୋ ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ର ପ୍ରତିଯୋଗି ଙ୍କ ମଧ୍ୟ ରେ ଭିନ୍ନ ଭିନ୍ନ ବର୍ଗରେ ପ୍ରତିଯୋଗିତା ହୋଇଥିଲା ।ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ହୋତା ଙ୍କ ବଳିଷ୍ଠ ସଂଯୋଜନା ତଥା ପରିଚାଳନା ଏବଂ ସମସ୍ତ ବିଦ୍ୟାଳୟ ର ଅଂଶଗ୍ରହଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳତାର ସହ ସମ୍ପନ୍ନ ହୋଇଯାଇଛି ପରିଶେଷରେ କାର୍ଯ୍ୟକ୍ରମ ଆୟୋଜିତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗଙ୍ଗାଧର ମହାପାତ୍ର ଧନ୍ୟବାଦ ପ୍ରଦାନ କରିବା ପରେ ସାଂଙ୍ଗ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post