ବାଲିଗୁଡା ଏନ.ଏ.ସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ

0 1

ଘୁ.ଉଦୟଗିରି(ସିବନ୍ତ ଦିଗାଲ): ସାରା ଭାରତ ବର୍ଷରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନରୁ ଅକ୍ଟବର ୨ ଗାନ୍ଧୀ ଜୟନ୍ତୀ ଯାଏଁ ସ୍ୱଚ୍ଛତା ହିଁ ସେବା ସପ୍ତାହ ଚାଲୁ ରହିଛି l ଏହି ପରିପ୍ରେକ୍ଷୀରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଓଡିଶାର ପ୍ରତ୍ୟକ ବ୍ଲକ ପୌରାଞ୍ଚଳ, ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଚାଲୁରହିଛି l ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇଙ୍କ ପ୍ରତକ୍ଷ ତତ୍ୱାବଧାନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ବାଲିଗୁଡା ବସଷ୍ଟାଣ୍ଡ, ଆଦର୍ଶ ପୋଖରୀ ପରିସର, ବଜାର ଆଦି ସ୍ଥାନରେ ଥିବା ଆବର୍ଜନାକୁ ସଫା ସୁତାର କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦଙ୍କ ନଗର ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ନଗର ସଭାପତି ଦିବାକର ସାହୁ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଟିକି ଦଣ୍ଡିଆ, ଜଗନ୍ନାଥ ବିଷୋୟୀ ନୀଳ ମାଧବ ବେହେରା, ଶୁଭାଶିଷ ମିଶ୍ର, ଭଗବାନ ପଣ୍ଡା, ନାରାୟଣ ଦଳପତି, ରଂଜିତ ଚୌଧୁରୀ, ପ୍ରମୋଦ ଦଣ୍ଡସେନାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ସେହି ପରି ଏନ.ଏ.ସିର ସମସ୍ତ ଅଧିକାରୀ, ସଫେଇ କର୍ମଚାରୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଉପସ୍ଥିତ ଥିଲେ

Leave A Reply

Your email address will not be published.