ବେଲଗୁଣ୍ଠା, ୦୨/୧୦-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ ରେ ଏନର୍ଜି କ୍ଲବ ପକ୍ଷରୁ ଏଲଇଡି ବଲ୍ବ ମରାମତି ଓ ନିର୍ମାଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଡୋକି ସରୋଜିନୀଙ୍କ ମାର୍ଗଦର୍ଶନରେ ଏବଂ ଏନର୍ଜି କ୍ଲବ ଶିକ୍ଷକ ପ୍ରଭାତ କୁମାର ଗୌଡ଼ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା।
କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶକ୍ତି ସଂରକ୍ଷଣ, ଶକ୍ତିର ଦକ୍ଷ ବ୍ୟବହାର ଏବଂ ଏଲଇଡି ବଲ୍ବ ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ଏଥିରେ ୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ୩୦ଟି ଏଲଇଡି ବଲ୍ବ ନିର୍ମାଣ କରିବା ସହ ୨୦ଟି ଖରାପ ବଲ୍ବ ମରାମତି କରିଥିଲେ। ଏହାସହ ଶକ୍ତି ସଂରକ୍ଷଣ ବାର୍ତ୍ତା ପ୍ରଚାର ପାଇଁ ଏକ ସଚେତନତା ରାଲି ମଧ୍ୟ ଆୟୋଜିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post