ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗ ଅଧିନ ଚଚରାଗୁଡ଼ା ଓ ମେଦନା କ୍ଲଷ୍ଟର ରେ ଆଜି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଚରାଗୁଡ଼ା କ୍ଲଷ୍ଟର ର କୁସୁମ ବନ୍ଧ ବିଦ୍ୟାଳୟ ଓ ମେଦନା କ୍ଳଷ୍ଟର ର ମେଦନା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୁସୁମ ବନ୍ଧ ବିଦ୍ୟାଳୟରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଏବିଇଓ ସନ୍ତୋଷ କୁମାର ସାହୁ ତଥା ସମ୍ମାନିତ ଅତିଥି ଭାବେ ଚଚରାଗୁଡ଼ା ନାଏବ ସରପଞ୍ଚ ଯୁଧିଷ୍ଟିର ତନ୍ତୀ,ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି କାର୍ତ୍ତିକ ଭତରା ପ୍ରମୁଖ ଯୋଗ ଦେଇଥିଲେ। କୁସୁମ ବନ୍ଧ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୟାନିଧି ବଞ୍ଜାରା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମର ଆବାହକ ତଥା ସିଆରସିସି ଗୁପ୍ତ ପ୍ରସାଦ ନାଗ ମଞ୍ଚ ପରିଚାଳନା କରିଥିଲେ। ଚଚରାଗୁଡ଼ା କ୍ଳଷ୍ଟର ର ୧୫ ଟି ବିଦ୍ୟାଳୟ ର ୧୨୦ ଛାତ୍ରଛାତ୍ରୀ ସୁରଭି କାର୍ଯ୍ୟକ୍ରମ ର ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିବା ବେଳେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ହରେକୃଷ୍ଣ ବାଡତିଆ, ପାର୍ବତୀ ଦାଉ , ସୁଜାତା ପ୍ରଧାନ,ଘାସି ମାଝୀ, ଦଶରୁ ଭତରା , ସୂର୍ଯ୍ୟ ନାରାୟଣ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସେହିପରି ମେଦନା କ୍ଳଷ୍ଟର ର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସିଆରସିସି ହେମେନ୍ଦ୍ର ନାଥ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମେଦନା ସରପଞ୍ଚ ସୁମିତ୍ରା ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ ସନ୍ତୋଷ ସାହୁ, ଯୋଗ ଦେଇଥିଲେ।ଶିକ୍ଷକ ସୁରେଶ ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ପଙ୍କୋଜ ମହାନ୍ତି,ଦେବେନ୍ଦ୍ର ପରିଡା , ସୁରଥ ଚନ୍ଦ୍ର ଇନ୍ଦ୍ରଜିତ, ଦୀପକ ପାତ୍ର, ଚଇନୁ ମେହେର, ଦେବେନ୍ଦ୍ର ମାଝୀ ପ୍ରମୁଖ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ୧୭ ଟି ବିଦ୍ୟାଳୟ ର ୧୬୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଅପରାହ୍ନରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବା ବେଳେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post