ହରହର ମହାଦେବଙ୍କ ମନ୍ଦିରରୁ ଚୋରି

0 2

ଜଗତସିଂହପୁର,ତା-୨୭.୦୯.୨୦୨୪/ସୁମନ୍ତ କୁମାର ଦାସ: ଦିନ ଥିଲା ମଣିଷ ନିଜର ଆବଶ୍ୟକତା ପାଇଁ ଅନ୍ୟ ଘରୁ ଚୋରି କରୁଥିଲା l ଏବେ ଅତ୍ୟାଧୁନିକ ମଣିଷ ନିଜର ଅତ୍ୟାବଶ୍ୟକ ପାଇଁ ମନ୍ଦିରରୁ ଚୋରି କରୁଛି ଏହି ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତୁମ୍ଭାଅଣ୍ଡେଇ ସାହି ଗ୍ରାମପଂଚାୟତରେ l ଉକ୍ତ ପଞ୍ଚାୟତ ସ୍ଥିତ ଚଢ଼େଇ ଗାଁର ପ୍ରତ୍ୟକ୍ଷ ଦେବତା ପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ମନ୍ଦିରରୁ ଗତ ୨୬ ତାରିଖ ରାତିରେ ଚୋରି ହୋଇଛି l ଚୋରି ହୋଇଥିବା ଜିନିଷ ମଧ୍ୟ୍ୟରେ ଠାକୁରଙ୍କ ସୁନା ଆଖି, ବିଗ୍ରହ, ବାସନ, ଦାନବାକ୍ସ ସହିତ ଅନ୍ୟାନ୍ୟ ଆସବାବପତ୍ର ମଧ୍ୟ୍ୟ ଚୋରି ହୋଇଛି l ଏହି ଚୋରି ଘଟଣାରେ ଜଗତସିଂହପୁର ଥାନା ଅଧିକାରୀଙ୍କ ତଦନ୍ତ ଜାରି ରହିଛି l ଗ୍ରାମବାସୀ ମାନେ ଗଭୀର ଦୁଃଖ ସହିତ ଭକ୍ତି ଭାବରେ କିଏ ତାଙ୍କ ଠାକୁରଙ୍କୁ ନେଲା ବୋଲି କହି କୋହଭରା କଣ୍ଠରେ କାନ୍ଦି କାନ୍ଦି ଗଣମାଧ୍ୟମ ଜରିଆରେ ଜଣାଇଛନ୍ତି l

Leave A Reply

Your email address will not be published.