ଚାକିରୀ କରେଇଦେବା ନାରେ ଠକେଇ, ମୁଖ୍ୟ ଅଭିଯୁକ୍ତ ଗିରଫ

0 1

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ମେଡିକାଲରେ ଡାଟା ଏଣ୍ଟ୍ରି ପଦବୀରେ ଚାକିରୀ କରେଇଦେବା ପାଇଁ ୧୧ ଜଣଙ୍କ ଠାରୁ ଲକ୍ଷ୍ୟାଧିକ ଟଙ୍କା ନେଇଥିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ରଂଜିତ ପଟ୍ଟନାୟକଙ୍କୁ ଗତକାଲି ସାରଙ୍ଗଡ଼ ପୁଲିସ ଭୁବନେଶ୍ୱର ସ୍ଥିତ ଲଷ୍ମୀସାଗର ଥାନା ଅଞ୍ଚଳରୁ ଗିରଫ କରି ଆଣି ସାରଙ୍ଗଡ଼ ଥାନାରେ ଅଧିକ ପଚାରୁଚୁରା କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଥାଉକି ଗତ ୧୨ ତାରିଖରେ ଅଭିଯୁକ୍ତ ସାରଙ୍ଗଡ଼ ଅଞ୍ଚଳର କାନ୍ଦର୍ପ ନାୟକ ଓ ତୁମ୍ବୁଡ଼ିବନ୍ଦ ଅଞ୍ଚଳର ଜ୍ୟାତି ପ୍ରକାଶ ଦଣ୍ଡସେନାଙ୍କୁ ଗିରଫ କରି ୧୦୪/୨୪ରେ ସାମିଲ ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା । ଲଳିତ କୁମାର ପ୍ରଧାନ, ସୌଦାମିନୀ ନନ୍ଦ, ଲିଳିମା ପ୍ରଧାନ, ଭାନୁମତି ପାତ୍ର, ବ୍ରତଦେବ ପ୍ରଧାନ, ରାଜ ସମ୍ବିତ ମହାନ୍ତିଙ୍କ ଠାରୁ ଚାକିରୀ କରେଇଦେବା ନେଇ ୭୦,୦୦୦ ଟଙ୍କା ଲେଖାଏଁ ନେଇଥିଲେ । ଠକାମୀର ଶିକାର ହୋଇଥିବା ଜାଣି ବାସୁଦେବ ପ୍ରଧାନ ଓ ରାଜ ସମ୍ବିତ ମହାନ୍ତି ଥାନାରେ ଅଭିଯୋଗ କରିଥିଲେ । ଏନେଇ ଆଜି ଘୁ.ଉଦୟଗିରି ଏସ.ଡି.ପି. ଓ ବିଜୟ କୁମାର ବିଶି ସାମ୍ବାଦିକ ସମ୍ବିଳନୀରେ କହିଥିଲେ ।

Leave A Reply

Your email address will not be published.