
ପଦ୍ମପୁର :- ଭାରରତୀୟ ସଂସ୍କୃତି ପରମ୍ପରା ରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ,ବୃକ୍ଷଳତା କୁ ଉପାସନା କରିବାର ଧାରା ରହି ଆସିଛି । ଏହାକୁ ଉପଜୀବ୍ୟ କରି ଆଜି ଭାଦ୍ରବ ପୁର୍ଣିମା ତିଥି ସନ୍ଧ୍ୟା ୬ ଘଣ୍ଟା ସମୟରେ ପଦ୍ମପୁର ମହୁଲପାଲି ସ୍ଥିତ ଅଙ୍ଗ ନଦୀ ଘାଟ ଠାରେ ଐତିହାସିକ ଅଙ୍ଗ ଆଳତୀ ର ଶୁଭାରମ୍ଭ କରାଯାଇ ଅଛି । ପଣ୍ଡିତ ଆଶୁତୋଷ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅୟୋଜିତ ହୋଇଥିଲା।ଏହି ଆଳତୀ ସମୟରେ ଘଣ୍ଟ,ଶଙ୍ଖ ଓ ବ୍ରାହ୍ମଣ ମାନଙ୍କ ଦ୍ୱାରା ବୈଦିକ ମନ୍ତ୍ରପାଠ ସମଗ୍ର ପରିବେଶ କୁ ମୁଖରୀତ କରିଥିଲା ।ଏହି ଅବସରରେ ମୃତ୍ୟୁଞ୍ଜୟ ହୋତା, ମଣ୍ଟୁ ହୋତା, ଅରୁଣ ଦାନି,ତୁଳରାମ ସାହୁ, କିଶୋର ଦାନି, ପ୍ରଶାନ୍ତ ସାହୁ, ପ୍ରତାପ ନାଥ,ଅକ୍ଷୟ ଦାନି, ନାରାୟଣ ପଣ୍ଡା,ପ୍ରଫୁଲ୍ଲ କୁମାର ସିଂହ,ସନ୍ତୋଷ କୁମାର ପଣ୍ଡା,ଗଙ୍ଗାଧର ମହାନ୍ତି,ନବୀନ କୁମାର ଦାଶ ଓ ମହୁଲପାଲି ଗ୍ରାମ ର ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ଆଳତୀ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ।ପରିଶେଷରେ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post