ବାଇକ ଚୋରି ଘଟଣାର ପର୍ଦାଫାଶ କଲା ଗୁଣୁପୁର ପୋଲିସ – 8 ଟି ଚୋରି ବାଇକ ଉଦ୍ଧାର , 5 ଗିରଫ ।

0 1

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ବାଇକ ଚୋରି ଘଟଣାର ପର୍ଦାଫାଶ କଲା ଗୁଣୁପୁର ପୋଲିସ । ରାୟଗଡା ଜିଲ୍ଲା ଗୁଣୁପୁର ପୋଲିସ 8 ଗୋଟି ଚୋରି ବାଇକ ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତ ଥିବା 2ଜଣ ଚୋର ସହିତ ଚୋରି ବାଇକ କିଣିବା ଅଭିଯୋଗ ରେ 3 ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଥାଉ କି ଗତ 13 ତାରିଖ ରେ ଗୁମୁଡା ଗ୍ରାମରେ ଚୋରି ବାଇକ ନେଇ ଯାଉଥିବା ବେଳେ ସେହି ଅଞ୍ଚଳ ର ବାସିନ୍ଦା ଚୋର କୁ କାବୁକରି ଗୁମୁଡା ଫାଣ୍ଡି ରେ ଜିମା ଦେଇଥିଲେ l ସେହି ଗାଡି ମାଲିକ ଙ୍କ ଅଭିଯୋଗ କୁ ଆଧାର କରି ପୋଲିସ ଛାନବିନ ଆରମ୍ଭ କରିଥିଲା l ଏବଂ ପୁରା ବାଇକ ରକେଟ କୁ ଧରିବାରେ ସଫଳ ହଇଛି l ସେମାନଙ୍କ ଠାରୁ ପୋଲିସ 8ଟି ଚୋରି ବାଇକ ଜବତ କରିଛି । ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ ଜଣକର ଘର k.ସିଙ୍ଗପୁର ଅଂଚଳ ହୋଇଥିବା ବେଳେ ଅନ୍ୟ ଜଣକ ରାୟଗଡା ମୁନିଗୁଡା ଅଞ୍ଚଳର ବୋଲି ଜଣାପଡିଛି । ଏହି ଚୋର ମନେ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ବାଇକ ସବୁ ଚୋରି କରି ଲୋକଙ୍କୁ ବିକ୍ରି କରିଦେଉଥିଲେ l ସେହି 2ଚୋର ଙ୍କ ସହିତ ଚୋରି ବାଇକ କିଣିଥିବା 3ଜଣ ଯୁବକ ମୋଟ 5ଜଣ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଗୁଣୁପୁର ଏସଡିପିଓ ବାବୁଲି ନାୟକ ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.