ଗାନ୍ଧୀ ପବ୍ଲିକ ସ୍କୁଲରେ ଅଗ୍ନିଶ୍ରମ ବିଭାଗର ସଚେତନତା କାର୍ଯ୍ୟକ୍ରମ

0 1

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଗୁଣପୁର ସ୍ଥିତ ଗାନ୍ଧୀ ପବ୍ଲିକ ସ୍କୁଲରେ ଅଗ୍ନିଶ୍ରମ ବିଭାଗ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣ ରହୁଥିବା ସ୍ଥାନରେ ହଠାତ ନିଆଁ ଲାଗି ଗଲେ ଲୋକମାନଙ୍କୁ କିଭଳି ସୁରକ୍ଷିତ ଉଦ୍ଧାର କରାଯାଇ ପାରିବ ଏବଂ ସେହି ସ୍ଥାନରେ ନିଆଁକୁ କିଭଳି ଆୟତ୍ତ କରାଯାଇପାରିବ ଏହି ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅଗ୍ନିଶ୍ରମ ବିଭାଗର ଆସିଷ୍ଟାଣ୍ଟ ଫାୟାର ଅଫିସରଙ୍କ ନେତୃତ୍ୱରେ କର୍ମଚାରୀମାନେ ବିଭିନ୍ନ ସରଞ୍ଜାମ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ରକ୍ଷାତ୍ମକ ପଦର୍ଶନ ଦ୍ୱାରା ବୁଝାଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ପାଠୀ କହିଥିଲେ ଅଗ୍ନିଶ୍ରମ ବିଭାଗର ଆଜିର ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଶିକ୍ଷାପ୍ରଦ ହୋଇପାରିଛି ଏବଂ ଏହାଦ୍ଵାରା ସମସ୍ତେ ଉପକୃତ ହୋଇପାରିବେ। ଏହି ଅବସରରେ ଜିଆଇଇଟି ବିଶ୍ଵବିଦ୍ୟାଳୟ ମହାନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା କହିଥିଲେ ବାସ୍ତବ ଜୀବନରେ ନିଜକୁ ଏବଂ ଅନ୍ୟମାନଙ୍କୁ କିପରି ରକ୍ଷା କରିବ ଏହା ଏକ ଉପଲବ୍ଧି ଅଟେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ଜିଆଇଇଟି ବିଶ୍ୱବିଦ୍ୟାଳୟର ସଭାପତି ଡ଼ଃ ସତ୍ୟପ୍ରକାଶ ପଣ୍ଡା ଏବଂ ଉପସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା ବିଦ୍ୟାଳୟରେ ଏଭଳି ରକ୍ଷାତ୍ମକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଶୁଭେଚ୍ଛା ଜଣାଇଥିଲେ ।

 

Leave A Reply

Your email address will not be published.