ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ତା 17/9 ରାଜ୍ୟ ସରକାରଙ୍କ ମହିଳା ମାନଙ୍କର ସଶକ୍ତିକରଣ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ଯୋଜନା ସୁଭଦ୍ରା ର ଆଜି ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ବର ଜନତା ମଇଦାନରେ ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହ ରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜିଲ୍ଲା ର ସମସ୍ତ ବ୍ଲକ ସହିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ସିଧାପ୍ରସାରଣ ସଂଯୋଗ କରାଯାଇଥିଲା ଏବଂ ବିଭିନ୍ନ କାର୍ଯ୍ୟକ୍ର ଅନୁଷ୍ଠିତ ହୋଇଥିଲା। ଭବାନୀପାଟଣା ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଆର. ଏମ ସି, ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାୱାର ସଚିନ ପ୍ରକାଶ ଜିଲ୍ଲାପାଳ, କଳାହାଣ୍ଡି ଯୋଗଦେଇ ସୁଭଦ୍ରା ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜୟ ଶଙ୍କର ନାୟକ,ସାଂସଦ ଲୋକସଭା, କଳାହାଣ୍ଡି ଙ୍କ ପ୍ରତିନିଧି, ଦୟାମୟ ପାଢ଼ୀ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କଳାହାଣ୍ଡି, ପ୍ରଫୁଲ୍ଲ କୁମାର ସାହୁ,ବ୍ଲକ ଅଧ୍ୟକ୍ଷ, ବ୍ଳକ ଉପାଧ୍ୟକ୍ଷା, ମୁଜ୍ଜୁବିନ ନିଶା,ଡି ଏସ ଡବ୍ଲୁ ଓ, ଉପସ୍ଥିତ ଥିଲେ।. ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଇ ସ୍ୱାଗତ ଅଭିଭାଷଣ ଦେଇଥିଲେ।ଏହି ଅବସରରେ ସ୍ୱଚ୍ଛତା ଶପଥ ପାଠ କରାଯିବା ସହ 20 ଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଙ୍କ ଗୃହ ପ୍ରବେଶ ହେଇଥିଲା ଏବଂ 20 ଜଣ ଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ପଙ୍କଜିନୀ ତରାସିଆ, ବି ପି ଏମ, ଓଡିଶା ଜୀବିକା ମିଶନ,ଭବାନୀପାଟଣା ମଞ୍ଚ ପରିଚାଳନା କରିଥିଲେ. 36 ଗ୍ରାମ ପଂଚାୟତ ର ସମସ୍ତ ସରପଞ୍ଚ, ସମିତି ସଭ୍ୟା / ସଭ୍ୟ, ପାଖାପାଖି 3000 ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟା, ଆଶା, ଅଙ୍ଗନବାଡି କର୍ମୀ, ଏମ ବି କେ, ସି ଆର ପି -ସି ଏମ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ ଙ୍କୁ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ନାରୀ ସଶକ୍ତିକରଣ ର ଏହି କାର୍ଯ୍ୟକ୍ରମ ରେ ତହସିଲଦାର, କଳାହାଣ୍ଡି, ଡିପିସି, ମିଶନ ଶକ୍ତି, ଡି ଆଇ ପି ଆର ଓ, ବ୍ଲକ ର ସମସ୍ତ ଅଧିକାରୀ, ମିଶନ ଶକ୍ତି ର ବ୍ଲକ ସ୍ତରୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ। ଶେଷରେ ବି ପି ଏମ ସୁଭଦ୍ରା ଯୋଜନା ର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ସମସ୍ତ ଭଦ୍ର ମଣ୍ଡଳୀ ଙ୍କୁ ବ୍ଲକ ପ୍ରଶାସନ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.