ନବରଙ୍ଗପୁର ୧୭/୯ ଅଶୋକ ସାହୁ, ଶାସକ ପ୍ରଶାସକ: ରାଜ୍ୟ ସରକାର ମହିଳା ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ଵାବଲମ୍ବି ଓ ଆତ୍ମ ସ୍ୱାଭିମାନ କରିବା ଲକ୍ଷ୍ୟ ନେଇ ଆଜି ଆନୁଷ୍ଠାନିକ ଭାବରେ ରାଜ୍ୟର ସମସ୍ତ ଜିଲ୍ଲା ରେ ସୁଭଦ୍ରା ଯୋଜନା ସୁଭାରମ୍ବ କରାଯାଇଛି ।ଆଜି ଭୁବନେଶ୍ୱର ଠାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଏହି ଯୋଜନା ର ଶୁଭାରମ୍ଭ କରି ରାଜ୍ୟରେ ୨୫ ଲକ୍ଷ ରୁ ଉର୍ଦ୍ଧ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତା କୁ ପ୍ରାୟ ୧୨୫୦ କୋଟି ଟଙ୍କାର ପ୍ରଦାନ କରାଗଲା।ଏହି ଅବସରରେ ସ୍ଥାନୀୟ ସାଇ କଲ୍ଯାଣ ମଣ୍ଡପ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାବେଶରେ ମାନ୍ୟବର ସାଂସଦ ବଳଭଦ୍ର ମାଝି ପ୍ରଦୀପ ପ୍ରଜ୍ଵଲନ କରି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ତିନିହଜାର ରୁ ଉର୍ଦ୍ଧ ମହିଳା ଏହି ସମାବେଶରେ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାଂସଦ ଶ୍ରୀଯୁକ୍ତ ମାଝି ସୁଭଦ୍ରା ଯୋଜନା କୁ ମହିଳା ମାନଙ୍କର ଆର୍ଥିକ ବିକାଶ କ୍ଷେତ୍ରରେ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷପ ବୋଲି ବର୍ଣ୍ଣନା କରିବା ସହିତ , ଭାରତ ସରକାରଙ୍କ ଦ୍ଵାରା ଭାରତ ମାଲା ପ୍ରକଳ୍ପ, ନବରଙ୍ଗପୁର ଦେଇ ରେଲୱ ପ୍ରକଳ୍ପ,ପ୍ରଧାନମନ୍ତ୍ରୀ ଆବାସ,ସୁକନ୍ୟା ଯୋଜନା, ଲକ୍ଷପତି ଦିଦି ,ଶ୍ରୀମନ୍ଦିର କର୍ପସ ଫଣ୍ଡ ଉପସ୍ଥାପନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗକୁ ବର୍ଣ୍ଣନା କରିଥିଲେ ।ଅନ୍ୟତମ ଅତିଥି ଭାବରେ ଯୋଗଦେଇ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ନିଜର ବକ୍ତବ୍ୟରେ ସୁଭଦ୍ରା ଯୋଜନା ମହିଳା ମାନଙ୍କର ଆର୍ଥିକ ଜୀବନରେ ପରିବର୍ତ୍ତନ କରିବା ସହିତ ସାମାଜିକ କ୍ଷେତ୍ରରେ ଉପଯୁକ୍ତ ସମ୍ମାନ ଦେଖାଇବ ବୋଲି କହିଥିଲେ ।
ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ୍ନ ଅଧିକାରୀ ବିରଞ୍ଚି ନାରାୟଣ ଦରୁୱାନ ନିଜ ବକ୍ତବ୍ୟ ରେ ଜିଲ୍ଲାରେ ମୋଟ ତିନି ଲକ୍ଷ୍ୟହିତାଧିକାରୀ ସୁଭଦ୍ରା ଯୋଜନା ର ଲାଭ ପାଇବାର ଆକଳନ କରାଯାଇ ଥିବା ସ୍ଥଳେ ବର୍ତ୍ତମାନ ସୁଦ୍ଧା ଲକ୍ଷେ ଷାଠିଏ ହଜାର ହିତାଧିକାରୀ ଆବେଦନ କରିଛନ୍ତି ବୋଲି ସୂଚନା ଦେବା ସହିତ ଜଣେ ହିତାଧିକାରୀ ଯେପରି ତାଙ୍କର ପ୍ରାପ୍ୟ ରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆ ଯାଉଥିବାର ବିଷୟରେ ସୂଚନା ଦେଇଥିଲେ ।ଏହି ଅବସରରେ ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ର , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ଙ୍କ ଉପସ୍ଥିତି ରେ ନବରଙ୍ଗପୁର ବ୍ଲକ ପ୍ରଶାସନ ତରଫ ରୁ ହିତାଧିକାରୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ ଆଭାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯାଦେଶ ମୁଖ୍ୟ ଅତିଥି ସାଂସଦ ଶ୍ରୀଯୁକ୍ତ ମାଝି ଦ୍ଵାରା ପ୍ରଦାନ କରାଯାଇ ଥିଲା । । ଅନ୍ୟ ମାନଙ୍କ ମଧ୍ୟରେ ମ୍ୟୁନିସିପାଲଟିର ଅଧ୍ୟକ୍ଷ କୁନୁ ନାୟକ, ବ୍ଲକ ଅଧ୍ୟକ୍ଷ ଶରତ ଭତ୍ରା, ଅତିରିକ୍ତ ଜିଲ୍ଲାପରିଷଦ ଉନ୍ନୟନ୍ନ ଅଧିକାରୀ ଯଦୁମଣି ନାୟକ ,ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଦ୍ରୌପଦୀ କହଁର, ମ୍ୟୁନିସିପାଲଟିର ନିର୍ବାହୀ ଅଧିକାରୀ ଶଙ୍କର କେରକଟା ପ୍ରମୁଖ ମଞ୍ଚାସିନ ଜିଲ୍ଲାରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ । ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ କାର୍ଯ୍ୟକ୍ରମକୁ ସଂଚାଳନ କରିଥିବାବେଳେ ନବରଙ୍ଗପୁର ବିଡିଓ ସୁନୀଲ ଖରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାବେଶ ରେ ନବରଙ୍ଗପୁର ପଞ୍ଚାୟତ ସମିତି ସଭ୍ୟ,ପୌର ପରିଷଦ ସଭ୍ୟ,ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ,ସୁଭଦ୍ରା ହିତାଧୀକାରୀ,ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।