ଘରେ ଘରେ ସୁଭଦ୍ରା ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0 2

ପଦ୍ମପୁର :- ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ “ଘରେ ଘରେ ସୁଭଦ୍ରା” ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରଣୀ ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଉପସ୍ଥିତ ଛାତ୍ରୀମାନଙ୍କୁ ସରକାରଙ୍କ ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନେ କିପରି ସଶକ୍ତିକରଣ ହୋଇପାରିବେ ସେ ସମ୍ପର୍କରେ ସଚେତନତା କରିଥିଲେ ଓ ପରେ ପରେ ଛାତ୍ରୀମାନଙ୍କ ମଧ୍ୟରେ ସୁଭଦ୍ରା ଯୋଜନା ସମ୍ପର୍କିତ ଚିତ୍ରାଙ୍କନ, ରଙ୍ଗୋଲି, ବକୃତା, ରଚନା ଲିଖନ ଇତ୍ୟାଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ସରିତାରାଣୀ ପ୍ରଧାନ ପରିଚାଳନା କରିଥିଲେ । ଅଧ୍ୟାପିକା ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ, ଶ୍ରୀମତୀ ମଧୁମିତା ପଧାନ, ସୁଶ୍ରୀ ସୋନିଆ ମେହେର, ସୁଶ୍ରୀ ରିକିତା ପଧାନ, ଅଧ୍ୟାପକ ଶ୍ରୀ ବିରେନ୍ଦ୍ର ମେହେର, ଶ୍ରୀ ଧୀରେନ୍ଦ୍ର ବର୍ଗେ, ଶ୍ରୀ ଅନିଲ ପୁରୋହିତ, ଶ୍ରୀ ପ୍ରଶାନ୍ତ ଜାଲ, ଶ୍ରୀ ଅକ୍ଷୟ ବାରିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.