ଭଟଲି :- ଦଧିବାମନ ମହାବିଦ୍ୟାଳୟ ରେ “ସୁଭଦ୍ରା: ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ” ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ଅନୁମତିକ୍ରମେ ମହାସମାରୋହରେ ଆୟୋଜିତ ହୋଇଯାଇଛି । ସାଂସ୍କୃତିକ ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ ଓ ଅଧ୍ୟାପିକା ନମିତା ଭୋଇଙ୍କ ପରିଚାଳନାରେ “ମହିଳା ସଶକ୍ତିକରଣ ଓ ସୁଭଦ୍ରା ଯୋଜନା” ବିଷୟକୁ କେନ୍ଦ୍ର କରି ଆୟୋଜିତ ହୋଇଥିବା ଚିତ୍ରାଙ୍କନ, ରଙ୍ଗୋଲି ଓ ଚିତ୍ରୋତ୍ତୋଳନ ପ୍ରତିଯୋଗିତାରେ ବହୁସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଅଧ୍ୟାପକ ଅଜିତ କୁମାର ବାରିକ, ବିରାଟ ପଧାନ, ସଂଗ୍ରାମ ସାହୁ, ଅଧ୍ୟାପିକା ସୀମା ବରିହା, ପ୍ରତିଶ୍ରୁତି କ୍ଷେତି,ପାକିଜା ସାମନ୍ତରାୟ । ସୁଭଦ୍ରା: ମହିଳା ସଶକ୍ତିକରଣ ସମ୍ପର୍କରେ ସଚେତନତାମୂଳକ ବକ୍ତବ୍ୟ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ଅଧ୍ୟାପକ ଚୂଡ଼ାମଣି ରଥ । ପରିଶେଷରେ ଇତିହାସ ଅଧ୍ୟାପକ ସୌରୀ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏତଦ୍ ବ୍ୟତୀତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.